ଓଡ଼ିଶା ସମ୍ବାଦ ବ୍ୟୁରୋ: ଟୁଇଟରରେ ପ୍ରାୟ ସବୁ ବେଳେ କିଛି ନା କିଛି ବିବାଦ ଲାଗି ରହିଥାଏ। ଏହାର ସୁଯୋଗ ନେଇ ଇନଷ୍ଟାଗ୍ରାମ ଥ୍ରେଡ୍ସ ନାମକ ଏକ ନୂଆ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛି। କମ୍ପାନୀ ଏହାକୁ ଟୁଇଟରର ପ୍ରତିଦ୍ୱନ୍ଦ୍ୱୀ ପ୍ଲାଟଫର୍ମ ଭାବରେ ଜୁଲାଇ ୬ ରେ ଲଞ୍ଚ କରିବାକୁ ଯାଉଛି। ଆପଲ୍ ଆପ୍ ଷ୍ଟୋର୍ରେ ପ୍ରି-ଅର୍ଡର ପାଇଁ ବର୍ତ୍ତମାନ ଉପଲବ୍ଧ ଏହି ଆପ୍ ପାଠ୍ୟ ଭିତ୍ତିକ ଯୋଗାଯୋଗ ଉପରେ ଏକ ନୂତନ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରୁଛି। ଉପଭୋକ୍ତାମାନେ ଏହି ଥ୍ରେଡ୍ସ ଆପ୍କୁ ଅନୁଭବ କରିବା ପାଇଁ ଇନଷ୍ଟାଗ୍ରାମ ଏକ ଅନନ୍ୟ ଫିଚର ଉପସ୍ଥାପନ କରିଛି। ଇନଷ୍ଟାଗ୍ରାମ ଆପ୍ ମଧ୍ୟରେ ‘ଥ୍ରେଡ୍ସ’ କିମ୍ବା ‘ସେ ମୋର୍’ ପରି କୀୱାର୍ଡ ଖୋଜୁଥିବାବେଳେ ସର୍ଚ୍ଚ ବାର୍ ଉପର ବାମ କୋଣରେ ଏକ ଟିକ୍ ଆଇକନ୍ ଦୃଶ୍ୟମାନ ହୁଏ। ଏହା ଉପରେ ଟ୍ୟାପ୍ କଲେ ଏକ ପର୍ସନାଲାଇଇଡ୍ ଟିକେଟ୍ ତିଆରି ହୁଏ। ଯାହା ଦର୍ଶାଏ ଯେ ଏହା ୟୁଜର୍ସଙ୍କ ପାଇଁ କେବେ ଉପଲବ୍ଧ ହେବ।
ଇନଷ୍ଟାଗ୍ରାମର ନୂତନ ଥ୍ରେଡ୍ସ ଆପ୍ ଏବେ ଟ୍ୱିଟରକୁ ଭାରି ପଡିପାରେ। ଅଧିକାଂଶ ଟ୍ୱିଟର ୟୁଜର୍ସ ଏବେ ଇନଷ୍ଟା ଆଡ଼କୁ ମୁହାଁଇବେ ବୋଲି କୁହାଯାଉଛି। ଟ୍ୱିଟର ମାଲିକ ଏଲୋନ୍ ମସ୍କ ଅଣ-ଯାଞ୍ଚ ହୋଇଥିବା ଉପଭୋକ୍ତାମାନଙ୍କ ଉପରେ ୧୦୦୦ ଟ୍ୱିଟ୍ ଏବଂ ଯାଞ୍ଚ ହୋଇଥିବା ଉପଭୋକ୍ତାମାନଙ୍କ ଉପରେ ୧୦,୦୦୦ ଟ୍ୱିଟ୍ ହାର ଧାର୍ଯ୍ୟ କରିଛନ୍ତି। ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟ ଭାରତରେ ଯାଞ୍ଚ ସେବା ଆରମ୍ଭ କରିଛି। ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସ୍ ଆପ୍ ପରିଚାଳନା କରୁଥିବା ସୋସିଆଲ୍ ମିଡିଆ କମ୍ପାନୀ ମେଟା କିଛି ଦିନ ପୂର୍ବରୁ ଏହା ରିପୋର୍ଟ କରିଥିଲା। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ ଫେସବୁକ୍, ଇନଷ୍ଟାଗ୍ରାମର ଯାଞ୍ଚ ପାଇଁ ମାସକୁ ୬୯୯ ଟଙ୍କା ଦେବାକୁ ପଡିବ। ବର୍ତ୍ତମାନ ଏହି ସେବା କେବଳ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଆଗାମୀ ଦିନରେ ମେଟା ଏହାକୁ ୱେବକୁ ଆଣିବ।
ବୁଧବାର ଏକ ବୟାନରେ ଏହି ସୂଚନା ଦେଇ ମେଟା କହିଛି ଯେ ଆସନ୍ତା କିଛି ମାସ ମଧ୍ୟରେ ପ୍ରତି ମାସରେ ୫୯୯ ଟଙ୍କାରେ ୱେବରେ ଭେରିଫାଇଡ ସେବା ଆରମ୍ଭ କରିବାକୁ ଯୋଜନା କରୁଛି। କମ୍ପାନୀ ଏକ ବୟାନ ଦେଇଛି ଯେ ମେଟା ଭେରିଫାଏଡ୍ ସେବା ଭାରତରେ ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ କ୍ରୟ ପାଇଁ ଉପଲବ୍ଧ। ଲୋକେ ମାସକୁ ୬୯୯ ଟଙ୍କା ହାରରେ ଆଇଓଏସ୍ ଏବଂ ଆଣ୍ଡ୍ରଏଡରେ ଏହି ସେବା କିଣି ପାରିବେ। କିଛି ମାସ ମଧ୍ୟରେ ଆମେ ପ୍ରତି ମାସରେ ୫୯୯ ଟଙ୍କାରେ ୱେବ୍ ଭର୍ସନ୍ ଅପ୍ସନ୍ ମଧ୍ୟ ଉପସ୍ଥାପନ କରିବୁ।
Comments are closed.