Latest Odisha News

କାଙ୍ଗାଳ ହେଲେ ଉର୍ଫି, ନିୟମ ଉଲଙ୍ଘନ କାରଣରୁ ସସପେଣ୍ଡ ହେଲା ଇନଷ୍ଟା ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି । କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ମୋବାଇଲ ବ୍ୟାଟେରି, ପୁଣି କେତେବେଳେ ପକ୍ଷୀର ପର ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ।  ତେବେ ଏଥର କୌଣସି ଡ୍ରେସ କିମ୍ବା ବୟାନ ପାଇଁ ନୁହେଁ, ବରଂ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ ଉର୍ଫି । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍‌ପେଣ୍ଡ ହୋଇଛି ।

ଏହି କଥା ସେ ଏକ ଷ୍ଟୋରି ପୋଷ୍ଟ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଇନଷ୍ଟାଗ୍ରାମ ତରଫରୁ ୧୮୦ ଦିନର ଏକ ସସପେଣ୍ଡ ଅର୍ଡର ଆସିଛି । ସେହି ନୋଟିସରେ ପୁରା ଗାଇଡଲାଇନ ଲେଖା ହୋଇଛି । ଯାହାର ଏକ ସ୍କ୍ରିନସଟ୍ ଉର୍ଫି ସେୟାର କରିଛନ୍ତି । ଏହାଛଡା ତାଙ୍କୁ ୧୮୦ ଦିନର ସମୟ ମଧ୍ୟ ଦିଆଯାଇଛି । ତେବେ ଏପରି ନୋଟିସ ତାଙ୍କୁ କାହିଁକି ଏବଂ କେଉଁ ପୋଷ୍ଟ ପାଇଁ ଦିଆଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ନୋଟିସ ଅନୁସାରେ, ଉର୍ଫିଙ୍କ ଆକାଉଣ୍ଟ ବର୍ତ୍ତମାନ କେବଳ ସସପେଣ୍ଡ କରାଯାଇଛି । କିନ୍ତୁ ଦରକାର ପଡିଲେ ୧୮୦ ଦିନ ଭିତରେ ତାଙ୍କ ଆକାଉଣ୍ଟକୁ ଡିଲେଟ ମଧ୍ୟ ହୋଇପାରେ । ଏହି ଦିନ ଭିତରେ ଉର୍ଫିଙ୍କ ଆକାଉଣ୍ଟ କମ୍ୟୁନିଟି ଗାଇଡଲାଇନ ଅନୁସାରେ ରିଭ୍ୟୁ କରାଯିବ । ପରେ ଏନେଇ କୌଣସି ପଦକ୍ଷେପ ନିଆଯିବ ବୋଲି ମେଟା ପକ୍ଷରୁ ତାଙ୍କୁ ଆସିଥିବା ନୋଟିସରେ ଉଲ୍ଲେଖ ରହିଛି ।

ଉର୍ଫି ପ୍ରଥମେ ତାଙ୍କ ପାଖକୁ ଆସିଥିବା ସେହି ନୋଟିସର ସ୍କ୍ରିନସଟ୍ ନେଇ ପୋଷ୍ଟ କରିଥିଲେ । ସେଥିରେ କ୍ୟାପସନ ଲେଖିଥିଲେ ଯେ, ଆପଣ ମାନେ ଯାହା ଚାହୁଁଥିଲେ ତାହା ଏବେ ହୋଇଗଲା । କିନ୍ତୁ ପରେ ସେହି ପୋଷ୍ଟକୁ କାଟିଦେଇଥିଲେ ଉର୍ଫି । ତେବେ ଉର୍ଫି ବର୍ତ୍ତମାନ ତାଙ୍କ ଆକାଉଣ୍ଟର ୧୮୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ଉର୍ଫିଙ୍କ ଉପରେ ପୂର୍ବରୁ ଅନେକ ଆରୋପ ଲାଗିଥିଲେ ମଧ୍ୟ ସବୁଥର ସେ ଏହାର ଜବାବ ଦେଇ ଅଧିକ ବୋଲ୍ଡ ଲୁକରେ ନଜର ଅସିଥାନ୍ତି । ଏକ ଇଣ୍ଟରଭ୍ୟୁରେ ଉର୍ଫି କହିଥିଲେ ଯେ ଇନଷ୍ଟାଗ୍ରାମରୁ ସେ ଆୟ କରିଥାନ୍ତି । ବର୍ତ୍ତମାନ ତାଙ୍କର ଇନଷ୍ଟାଗ୍ରାମ ବନ୍ଦ ହେବା ପରେ ସେ କିପରି ଆୟ କରୁଛନ୍ତି ତାହା ଏବେ ଦେଖିବା ବାକି ।

Comments are closed.