Latest Odisha News

କୋଭିଡ୧୯ ନମୁନା ପରୀକ୍ଷା ପାଇଁ ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନ୍ସକୁ ଅନୁମତି

ଭୁବନେଶ୍ୱର : ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନ୍ସରେ ହେବ କୋଭିଡ୧୯ ନମୁନା ପରୀକ୍ଷା । ଏଥି ପାଇଁ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ପକ୍ଷରୁ ଅନୁମତି ମିଳିଛି । ଭାରତ ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗ ମଧ୍ୟ ସବୁଜ ସଙ୍କେତ ଦେଇଛି ।

ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନ୍ସରେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଆସନ୍ତା ଏକ ସପ୍ତାହକ ମଧ୍ୟରେ ପରୀକ୍ଷଣ ଆରମ୍ଭ ହୋଇଯିବ ବୋଲି ଆଶା ରହିଛି ।

ତେବେ ଆବଶ୍ୟକ ଥିବା ପିପିଇ ଓ କିଟ୍ ମଗାଯାଇଛି । ଏହା ଭୁବନେଶ୍ୱର ପହଞ୍ଚିବା ପରେ ନମୁନା ପରୀକ୍ଷା ଆରମ୍ଭ ହେବ ।
ବର୍ତ୍ତମାନ ଭୁବନେଶ୍ୱରର ଆରଏମଆରସି, ଏମ୍ସ ଓ କଟକ ଏସସିବିରେ ସ୍ୱାବ ନମୁନା ପରୀକ୍ଷା ହେଉଛି । ଏହାଛଡା ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିମସାରରେ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା ହେଉଛି । ଆଉ କିଛି ଘରୋଇ ଡାକ୍ତରଖାନାରେ ମଧ୍ୟ ପରୀକ୍ଷା କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.