Latest Odisha News

BREAKING NEWS

କରୋନା ଟୀକାକରଣ ପାଇଁ ପ୍ରସ୍ତୁତ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ  

ଭୁବନେଶ୍ବର: ଆଗାମୀ ଦିନରେ କୋଭିଡ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଲୋକସେବା ଭବନରେ  କୋଭିଡ୍‌ ଟିକାକରଣ ପାଇଁ ଗଠିତ ରାଜ୍ୟ ଷ୍ଟିଅରିଂ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଟିକାକରଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା  ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ସହ ଏହି କାମରେ ନିୟୋଜିତ କର୍ମଚାରୀମାନଙ୍କୁ ଠିକ ଭାବେ ତାଲିମ ଦେବା ଓ ଆବଶ୍ୟକ ହେଲେ ବ୍ଲକ୍ ସ୍ତରରେ ଟିକାକରଣ ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ଟିକାକରଣ ପରେ ଯଦି କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ ଏହାକୁ ଦକ୍ଷତାର ସହ କିପରି ମୁକାବିଲା କରାଯାଇ ପାରିବ, ତାହା ଉପରେ ଆଲୋଚନା କରାଯାଇଛି।

Leave A Reply

Your email address will not be published.