ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବ ବୋଲି ସୂଚନା ରହିଛି। ପଶ୍ଚିମ, ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ପବନ, ବାୟୁମଣ୍ଡଳର ଆର୍ଦ୍ରତା କମିବା ପରେ ଏଭଳି ଅସହ୍ୟ ଗୁଳୁଗୁଳି ସହ ତାତି ବଢ଼ୁଛି ହେଉଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଛି। କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ବାକି ୩ରୁ ୫ ଡିଗ୍ରି ଯାଏ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀ ଭୁବନେଶ୍ୱର ରେ ଆଜି ଅପରାହ୍ନ ୨ ଟା ୩୦ ସୁଦ୍ଧା ତାପମାତ୍ରା ୩୭.୪°ସେଲସିୟସ ଥିବା ବେଳେ ବାୟୁମଣ୍ଡଳରେ ଆଦ୍ରତା ୫୮% ଥିଲା।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନର ସର୍ବାଧିକ ଗରମ ସମୟ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଘରୁ ସର୍ବସାଧାରଣ ସ୍ଥାନରେ ବାହାରିବାକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ରାଉରକେଲା, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଯାଏ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରାଯାଇଛି।
୧୬ ତାରିଖରେ ରାଜ୍ୟର ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର, ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ବୌଦ୍ଧ ଓ ଅନୁଗୁଳ ସମେତ ୯ଟି ସ୍ଥାନରେ ୪୫ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ ଛୁଇଁପାରେ। ଭୁବନେଶ୍ୱର ଓ କଟକ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ।
୧୭ ତାରିଖରେ ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର, ଟିଟଲାଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର ଆଦି ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବ। ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାତ୍ୟା ‘ମୋକା’ ପ୍ରଭାବରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
Comments are closed.