Latest Odisha News

ସବୁ ମେଡିକାଲରେ ଇନଫ୍ରାରେଡ୍ ଥର୍ମୋମିଟର ବ୍ୟବସ୍ଥା ହେଉ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପ୍ରସଙ୍ଗରେ ଆଜି ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକ ବସିଛି । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ହସପିଟାଲ ଓ ସହରାଂଚଳ ହସପିଟାଲରେ ଇନଫ୍ରାରେଡ୍ ଥର୍ମୋମିଟର ଲଗାଯାଉ । ଫଳରେ କାହାର କେତେ ଜ୍ୱର ଅଛି ତାହା ଜଣାପଡିବ ।

ବଜାରରେ ମିଳୁଥିବା ଆୟୁର୍ବେଦିକ ଔଷଧର ନୀରିକ୍ଷଣ କରି ତାର ଗୁଣବତା, କାର୍ଯ୍ୟ ଦକ୍ଷତା ବିଷୟରେ ସରକାରଙ୍କୁ ରିପୋର୍ଟ ଦେବାକୁ ଆୟୁଷ ନିର୍ଦ୍ଦେଶକଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ୧୯ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବୈଷୟିକ କମିଟି କରାଯାଇ ମୃତ୍ୟୁର କାରଣ ଓ ପ୍ରତିକାର ଉପରେ ସରକାରଙ୍କୁ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଆଜିର ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟ ଔଷଧ ନିଗମକୁ ସରକାରୀ ଦର ଅନୁଯାୟୀ, ୨୦୦ପରୀକ୍ଷା ଭିତରେ ୨୧୦୦ ଟଙ୍କା, ୨ଶହରୁ ୫ ଶହ ଟେଷ୍ଟ ପାଇଁ ୨ହଜାର ଟଙ୍କା ଏବଂ ୫ଶହ ଉପରେ ହେଉଥିବା ଟେଷ୍ଟ ପାଇଁ କିଟ୍ ସାଙ୍ଗରେ ଦର ବିଷୟରେ ପୁନଃ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.