ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ଆଜି ଏନେଇ ସମସ୍ତ ରାଜ୍ୟର ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସେ ସରପଂଚମାନଙ୍କୁ ମନ୍ତ୍ର ଦେଇଛନ୍ତି । ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ସବୁ ସରପଂଚ ଶପଥ ପାଠ କରିଛନ୍ତି ।
କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡାକଡି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ଶପଥ ନେଇଛନ୍ତି ସରପଂଚ । ଆଜି ରାଜ୍ୟର ସମସ୍ତ ସଂରପଚଙ୍କ ସହ ଭିଡିଓ କନଫରେନ୍ସିରେ କଥା ହୋଇ ମୁଖ୍ୟମନ୍ତ୍ରୀ ସରପଂଚଙ୍କୁ ଶପଥ ପାଠ କରାଇଛନ୍ତି ।
ଏହି ଶପଥପାଠରେ କୁହାଯାଇଛି ଯେ, ମୋ ପଂଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ୱ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବୁ । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଂଟାଇନରେ ରଖିବି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି । କରୋନାକୁ ରୋକିବା ପାଇଁ ସରକାରଙ୍କର ସବୁ ପଦକ୍ଷେପକୁ ମୋ ପଂଚାୟତରେ ଭାଇଭଉଣୀମାନଙ୍କ ମଙ୍ଗଳ ପାଇଁ କଡାକଡି ଭାବରେ ପାଳନ କରିବି । ମୋ ପଂଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ବୋଲି ସରପଂଚମାନେ ଶପଥ ନେଇଛନ୍ତି ।
BREAKING NEWS
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
Comments are closed.