Latest Odisha News

BREAKING NEWS

ଗଣମାଧ୍ୟମ ସଂସ୍ଥା ପାଇଁ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।

ମୁମ୍ବାଇରେ ୫୩ ଜଣ ସାମ୍ବାଦିକ ଏବଂ ଚେନ୍ନାଇରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସାମ୍ବାଦିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ମିଡିଆ ହାଉସ୍ ପରିଚାଳନାକୁ ମଧ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

“ସାମ୍ବାଦିକ, କ୍ୟାମେରାମେନ, ଫଟୋଗ୍ରାଫର ଆଦି ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଦେଶର ବିଭିନ୍ନ କଣ୍ଟେନମେଣ୍ଟ ଜୋନ୍, ହଟସ୍ପଟ୍ ଏବଂ ଅନ୍ୟାନ୍ୟ କରୋନା ପ୍ରଭାବିତ ଅଞ୍ଚଳରେ ଭ୍ରମଣ କରି ଖବର ସଂଗ୍ରହ କରୁଛନ୍ତି। ତେବେ କର୍ତ୍ତବ୍ୟ ପାଳନ କରିବା ସମୟରେ ସାମ୍ବାଦିକ ମାନେ ନିଜ ସ୍ୱାସ୍ଥ୍ୟ ଏବଂ ଆନୁଷଙ୍ଗିକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.