ଚେନ୍ନାଇ: ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବ୍ୟାଟିଂ ସହାୟତାରେ ଗୁଜରାଟ ଟାଇଟନ୍ସ ରବିବାର ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ତେବେ ଚେନ୍ନାଇର ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟାର ଖେଳାଳିଙ୍କ ନାମ ପଛରେ ଏକ ଜବରଦସ୍ତ କାରଣ ରହିଛି । ସୁନ୍ଦରଙ୍କ ବାପା ଏମ.ସୁନ୍ଦର ଜଣେ ଭଲ କ୍ରିକେଟର ରହିଥିଲେ । ତାଙ୍କୁ ସେ ସମୟରେ ଅବସରପ୍ରାପ୍ତ ଆର୍ମି ଅଫିସର ପିଡି ୱାଶିଂଟନ ବହୁତ ସାହାଯ୍ୟ କରିଥିଲେ । ସେ ଏମ.ସୁନ୍ଦରଙ୍କ ଗଡଫାଦର ଥିଲେ ।
୧୯୯୯ରେ ପିଡି ୱାଶିଂଟନଙ୍କ ପରଲୋକ ହୋଇ ଯାଇଥିଲା । ସଂଯୋଗ ବଶତଃ ସେହି ବର୍ଷ ସୁନ୍ଦରଙ୍କ ଏକ ପୁଅ ହୋଇଥିଲା । ସେ ତାଙ୍କ ଗଡଫାଦରଙ୍କ ନାମ ଅନୁସାରେ ପୁଅର ନାମ ୱାଶିଂଟନ ସୁନ୍ଦର ରଖିଥିଲେ । ମାତ୍ର ୫ ବର୍ଷ ବୟସରୁ ୱାଶିଂଟନ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେ ପ୍ରତ୍ୟେକ ଦିନ ବାପା ଓ ଭଉଣୀ ଶୈଲଜା ସୁନ୍ଦରଙ୍କ କ୍ରିକେଟ ଖେଳୁଥିଲେ । ତାଙ୍କ ପ୍ରତିଭାର ବିକଶିତ ହୋଇଥିଲା ଏବଂ ତାମିଲନାଡୁ କ୍ରିକେଟ ପକ୍ଷରୁ ଖେଳିଥିଲେ । ଏହା ପରେ ଆଇପିଏଲ ଏବଂ ଆନ୍ତର୍ଜାତୀୟସ୍ତରର ମୁକାବିଲାରେ ମଧ୍ୟ ସେ ଖେଳିବା ସହ ପ୍ରଭାବିତ କରିଛନ୍ତି । ତାଙ୍କ ଭଉଣୀ ଶୈଲଜା ମଧ୍ୟ ତାମିଲନାଡୁ ପକ୍ଷରୁ ଖେଳନ୍ତି ।
Comments are closed.