Latest Odisha News

BREAKING NEWS

ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ; ସଫେଇ ପାଇଁ ବାଲୁକା କଳାରେ ସୁଦର୍ଶନଙ୍କ ଆହ୍ୱାନ

ଭୁବନେଶ୍ୱର: ‘ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ’ରେ ପଦ୍ମଶ୍ରୀ ବିଜେତା ତଥା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମି ସଫେଇ କରିବା ପାଇଁ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଏହି ଅବସରରେ ପୁରୀ ବେଳାଭୂମିରେ ମୋ ବିଚ୍ କାର୍ଯ୍ୟକ୍ରମ ଅଧିନରେ ବଡ ଧରଣର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଏପରିକି ଜିଲ୍ଲାର ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ସଫେଇ କାମ କରାଯିବ ବୋଲି ସୂଚନା ମିଳିଛି ।

ପ୍ରତିବର୍ଷ ସେପ୍ଟେମ୍ବର ମାସ ୩ୟ ଶନିବାର ଦିନ ପାଳିତ ହୋଇଥାଏ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ । ଚଳିତ ଥର ସେପ୍ଟେମ୍ବର ୧୯ ତାରିଖରେ ପାଳିତ ହେଉଛି ଏହି ଦିନ । ତେବେ ବିଗତ ୩୦ ବର୍ଷ ପୂର୍ବେ ଏହା ଆରମ୍ଭ ହୋଇଥିବା ଅନୁମାନ କରାଯାଏ ।

ଏହି ଅବସରରେ ବେଳାଭୂମିକୁ ପ୍ରଦୂଷଣରୁ ରକ୍ଷା କରିବା, ପ୍ଲାଷ୍ଟିକର ବ୍ୟବହାର ନକରିବା ଓ ବେଳାଭୂମିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ଆଦି ଦିନର ଉଦେଶ୍ୟ ରହିଛି ।

 

Comments are closed.