Latest Odisha News

BREAKING NEWS

କିଟରେ ‘ମାର୍ଚ୍ଚିଂ ବିୟଣ୍ଡ ଦି ଲାଇବ୍ରେରୀ ୨୦୨୫’ ଶୀଷର୍କ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟ୍‍ୱର୍କ (MANLIBNET) ଏବଂ ICMBL 2025 ମିଳିତ ଆନୁକୂଲ୍ୟରେ ତିନି ଦିନିଆ ଅନ୍ତର୍ଜାତୀୟ ଲାଇବ୍ରେରୀ ୨୦୨୫ ଶୀର୍ଷକ ସମ୍ମିଳନୀ କିଟରେ ଉଦଘାଟିତ ହୋଇଯାଇଛି।

ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ପ୍ରତିଭା, ପ୍ରଯୁକ୍ତିବିଦ୍ୟା ଓ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଆଲୋଚନା ହେବ। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାରତ ଓ ବିଦେଶର ଖ୍ୟାତିସଂପନ୍ନ ପ୍ରଫେସର, ଶିକ୍ଷାବିତ୍‌, ସୂଚନା ବୈଜ୍ଞାନିକ, ଗବେଷକ ଓ ଲାଇବ୍ରେରୀ ବୃତ୍ତିଗତମାନେ ଯୋଗ ଦେଇଛନ୍ତି। ଏହା ସମ୍ମିଳନୀ ଜରିଆରେ ଲାଇବ୍ରେରୀର ବିକଶିତ ଭୂମିକା ଏବଂ ସମସାମୟିକ ଡିଜିଟାଲ୍ ଯୁଗରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଉପରେ ବିଚାର ବିମର୍ଶ କରାଯାଇପାରିବ।

ଏହି କାର୍ଯ୍ୟକ୍ରମରେ କିଟ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର କେ. ଡି. ରାଜୁ, ସମ୍ମିଳନୀ ନିର୍ଦ୍ଦେଶକ ପ୍ରଫେସର ବି. ରମେଶ ବାବୁ, ମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟୱର୍କର ସଭାପତି ଡ. ଏମ୍‌. ଜି. ଶ୍ରୀକୁମାର, ମାନଲିବନେଟ ସାଧାରଣ ସଂପାଦକ ଡ. ଅଖତର ପରଭେଜ, କିଟ୍‍ ଲାଇବ୍ରେରୀ ନିର୍ଦ୍ଦେଶିକା  ତଥା ଲାଇବ୍ରେରୀ ସାଇନ୍‍ସ ବିଭାଗୀୟ ମୁଖ୍ୟ ଡ ବିଜୟାଲକ୍ଷ୍ମୀ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପାଠାଗାର ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଦେଶରେ ଗ୍ରନ୍ଥାଗାରିକଙ୍କ ପରିବର୍ତ୍ତିତ ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଫେସର କେ. ଡି. ରାଜୁ କହିଥିଲେ, ଗ୍ରନ୍ଥାଗାରିକମାନେ ଆଉ କେବଳ ବୁକକିପର ଭୂମିକାରେ ସୀମିତ ନୁହଁନ୍ତି ବରଂ ଦ୍ରୁତ ଗତିରେ ଟେକ୍ନୋକ୍ରାଟ୍‌, ଡିଜିଟାଲ୍ କ୍ୟୁରେଟର ଏବଂ ଶିକ୍ଷାଗତ ସହଯୋଗୀରେ ପରିଣତ ହେଉଛନ୍ତି।

ସେହିପରି ବି. ରମେଶ ବାବୁ ଉନ୍ନତ ସୂଚନା ପ୍ରଯୁକ୍ତିର ବିସ୍ତାରିତ ଦିଗ ଏବଂ ସୂଚନା ପ୍ରଣାଳୀର ପରିଚାଳନା ଓ ନିୟନ୍ତ୍ରଣରେ ଏହାର ବ୍ୟବହାରିକ ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଡ ବିଜୟଲକ୍ଷ୍ମୀ ରାଉତରାୟ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଅଧ୍ୟାପକ ଦିଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.