Latest Odisha News

BREAKING NEWS

ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ନୀତିକୁ କଡା ନିନ୍ଦା କରି ଜଣେ ବ୍ରିଟିଶ ସାଂସଦ ଟ୍ରମ୍ପଙ୍କୁ ଆମେରିକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି ବୋଲି କହିବା ସହ ତାଙ୍କୁ ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ମଧ୍ୟ କହିଛନ୍ତି।

ସଂସଦରେ ବ୍ରିଟିଶ ସରକାରଙ୍କୁ ସମ୍ବୋଧିତ କରି, ଏଡ୍ ଡେଭି ବର୍ତ୍ତମାନର ବିଶ୍ୱ କୂଟନୈତିକ ପରିବେଶକୁ ଏକ ଅତ୍ୟନ୍ତ ଗମ୍ଭୀର ସମୟ ଭାବରେ ବର୍ଣ୍ଣନା କରିଛନ୍ତି। ଏଥିସହିତ ସେ ଆମେରିକା ରାଷ୍ଟ୍ରପତିଙ୍କ ଉପରେ ଅପ୍ରବର୍ତ୍ତିତ ଆକ୍ରମଣର ଅଭିଯୋଗ ଆଣିଛନ୍ତି। ଏପରିକି ଚେତାବନୀ ଦେଇ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବର୍ତ୍ତମାନ୍ ତିକ୍ତ ହେବାରେ ଲାଗିଛି। ତେବେ ଟ୍ରମ୍ପ ଆବଶ୍ୟକ ପଡିଲେ ବଳ ପ୍ରୟୋଗ କରି ଯାହା ଚାହୁଁଛନ୍ତି ତାହା କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

ଆମେରିକାର ଏପରି କାର୍ଯ୍ୟକଳାପ ଦ୍ଵାରା ରୁଷ ଏବଂ ଚୀନ ଲାଭ ପାଉଛି। କେବଳ ଏଥିପାଇଁ ଭ୍ଲାଦିମିର ପୁଟିନ ଏବଂ ସି ଜିନପିଙ୍ଗ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ନେଇ ସେ କହିଛନ୍ତି। ଡେଭି କହିଛନ୍ତି ଯେ ଟ୍ରମ୍ପ ତାଙ୍କ କ୍ରିପ୍ଟୋ ଆକାଉଣ୍ଟରୁ କିଛି ବିଲିୟନ ଡଲାର ଲାଞ୍ଚ ଦିଅନ୍ତୁ ନଚେତ୍ ବ୍ରିଟେନ ଟ୍ରମ୍ପଙ୍କ ବିରୋଧରେ ଠିଆ ହେବ ବୋଲି ସେ କହିଛନ୍ତି।

Comments are closed.