Latest Odisha News

ଧମକ ଦେଲା ରୁଷ: ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ କ୍ରାଶ ହୋଇପାରେ !

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ରୁଷ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଭିନ୍ନ ଦେଶର କଟକଣା ଯୋଗୁ ରୁଷ ଅସୁବିଧାର ସମ୍ମୁଖୀନ ହେଉଛି । ଏହା ମଧ୍ୟରେ ୟୁରୋପୀୟ ଦେଶଗୁଡିକ ଯଦି କଟକଣା ଲାଗୁ ରଖିବେ ତାହାହେଲେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ କ୍ରାଶ ହୋଇପାରେ ରୁଷ ପରୋକ୍ଷରେ ଧମକ ଦେଇଛି । ଏହି ଧମକ ପରେ ଆମେରିକା ଆଷ୍ଟ୍ରୋନେଟ ମାର୍କ ବଦେ ହେଇ ଓ ଅନ୍ୟ ୨ଜଣ ରୁଷ ଅନ୍ତରୀକ୍ଷ ଯାତ୍ରୀ କାଜକସ୍ତାନରେ ଓହ୍ଲାଇବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଆମେରିକା ଓ ରୁଷ ୨୪ ବର୍ଷ ହେବ ମିଳିତ ଭାବେ ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ଦାୟିତ୍ୱ ନେଉଛନ୍ତି । ଏହି ସ୍ପେଶ ଷ୍ଟେସନକୁ ୨ ଭାଗରେ ଭାଗ କରାଯାଇଛି । ଗୋଟିଏ ଅଂଶ ଆମେରିକା ଓ ଅନ୍ୟ ଭାଗ ରୁଷ ଅପରେଟ କରୁଛି । ୧୯୯୮ରେ ଉଭୟ ଦେଶର ଆଷ୍ଟ୍ରୋନେଟ ଏକା ସମୟରେ ଏହି ସ୍ପେଶ ଷ୍ଟେସନରେ ପାଦ ରଖିଥିଲେ । ସେବେଠାରୁ ଏହି ବୁଝାମଣା ଜାରୀ ରହିଛି ।

Comments are closed.