Latest Odisha News

BREAKING NEWS

ଲକଡାଉନରେ ବିବାହ କଲେ ଅନ୍ତର୍ଜାତୀୟ ମହିଳା ରେସଲର

ବାଗପତ: ଦେଶରେ ଲକଡାଉନ ନିୟମ ଲାଗୁ କରାଯାଇଥିଲେ ସୁଦ୍ଧା ଅନ୍ତର୍ଜାତୀୟ ମହିଳା ରେସଲର ଅଂଶୁ ତୋମାର ମଙ୍ଗଳବାର ଜାତୀୟସ୍ତରର ପହଲିୱାନ ଧର୍ମେନ୍ଦ୍ର ଯାଦବଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା ମହାମାରୀ ପାଇଁ ଲକଡାଉନ କରାଯାଇଛି । ଅବଶ୍ୟ ଏହି ଦୁଇ ପରିବାର ସରକାରଙ୍କ ସମସ୍ତ ନୀତିକୁ ଠିକ୍ ଭାବେ ପାଳନ କରି ପାରମ୍ପାରିକ ରୀତି ନୀତିରେ ବିବାହ କରିଥିଲେ ।

ସୋମବାର ୨ ବରଯାତ୍ରୀ ସହ ଧର୍ମେନ୍ଦ୍ର ତୋମାରଙ୍କ ଘରକୁ ଯାଇଥିଲେ । ପରେ ମଙ୍ଗଳବାର ବିବାହ ଉତ୍ସବର ଆୟୋଜିତ କରାଯାଇଥିଲା । ସମସ୍ତ ଅତିଥି ମାସ୍କ ପିନ୍ଧିବା ସହ ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରିଥିଲେ । ସାନିଟାଇଜରର ବ୍ୟବହାର ମଧ୍ୟ ସମସ୍ତେ କରିଥିଲେ ।

Leave A Reply

Your email address will not be published.