Latest Odisha News

BREAKING NEWS

ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ଏହି ଯୋଗ ଦିବସ ପାଳିବା ସହିତ ବିଭିନ୍ନ ସ୍ଥାନରେ କରାଯାଉଛି ଯୋଗାଭ୍ୟାସ । ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥତା ପାଇଁ ନିୟମିତ ଯୋଗ କରିବା ଜରୁରୀ ହୋଇଛି । ପୁରୀରେ ବାଲୁକା କଳା ମାଧ୍ୟମରେ ଯୋଗ ନେଇ ଲୋକଙ୍କୁ ସଚେତନତା ଦିଆଯାଇଥିବା ବେଳେ ଅନ୍ୟ ସ୍ଥାନଗୁଡିକରେ ମଧ୍ୟ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି ।

ବାଲୁକା ଚିତ୍ରକଳାରେ ବାର୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କରିଥିବା ବେଳେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରା ଦର୍ଶାଇଛନ୍ତି । ସେହିଭଳି କେନ୍ଦ୍ରାପଡା କାକଟ ସ୍ଥିତ ଶ୍ରୀ ଯୋଗ ବେଦାନ୍ତ କଳା ନିକେତନ ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.