Latest Odisha News

BREAKING NEWS

papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…

ଭୁବନେଶ୍ୱର:”ପାପା ବୁକା” ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ଏହି ଚଳଚ୍ଚିତ୍ର ୯୮ତମ ଏକାଡେମୀ ଆୱାର୍ଡସ୍ (ଓସ୍କାର)ର ୩ଟି ବିଭାଗରେ ସ୍ଥାନ ପାଇ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଏକ ଗୌରବମୟ ଆଣିଛନ୍ତି । ଶ୍ରେଷ୍ଠ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଏବଂ ଅଭିନେତା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛି “ପାପା ବୁକା’ ।

ଏହାର ପ୍ରଯୋଜନାର ପ୍ରମୁଖ ହେଉଛନ୍ତି ଲୋକପ୍ରିୟ ଓଡିଆ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଡ.ବିଜୁ । “ପାପା ବୁକା’ ଭାରତ-ପପୁଆ ନ୍ୟୁ ଗୁନିଆ ସହ- ପ୍ରଯୋଜିତ ଚଳଚ୍ଚିତ୍ର । ପପୁଆ ନ୍ୟୁ ଗୁନିଆର ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଦ୍ୱିତୀୟ ବିଶୁଯୁଦ୍ଧର କଥାବସ୍ତୁ ସହ ସ୍ଥାନୀୟ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିଛି ।

୮୫ ବର୍ଷୀୟ ଆଦିବାସୀ ନେତା ସାଇନ ବୋବୋରୋଙ୍କ ଦମଦାର ଅଭିନୟ ସହିତ, ରୀତାଭରୀ ଚକ୍ରବର୍ତ୍ତୀ, ପ୍ରକାଶ ବେରେ ଏବଂ ଜନ୍ ସାଇକେଙ୍କ ଅଭିନୟ ‘ପାପା ବୁକା’ କୁ ଦେଇଛି ଏକ ଆନ୍ତର୍ଜାତୀୟ ପରିଚୟ ।

 

Comments are closed.