Latest Odisha News

BREAKING NEWS

“ପରୀ ପାଇଁ କଥାଟିଏ” : ବାଲିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାଚାତୁରୀ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ନିଖୁଣ ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି । ପୁରୀ ବେଳାଭୁମୀରେ ନିଜର ଚମକ୍ରାର ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ ପ୍ରସାରିତ କରିଥିବା ଓଡ଼ିଶା ପୋଲିସ ଏବଂ ୟୁନିସେଫକୁ ନିଜର ସହଯୋଗର ହାତ ବଢେଇଛନ୍ତି ଶିଳ୍ପୀ ସୁଦର୍ଶନ ।

ଟ୍ୱିଟ୍ କରି ସୁଦର୍ଶନ କହିଛନ୍ତି, “କୁନି କୁନି ପିଲାମାନେ ହିଁ ଆମର ସବୁକିଛି, ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଶିଶୁ ଯୌନ ଅପରାଧକୁ ବନ୍ଦ କରିବା ।”

ଓଡ଼ିଶା ପୋଲିସ, ‘ୟୁନିସେଫ’ର ମିଳିତ ସହଯୋଗରେ ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ସଚେତନତା ଲାଗି ଏକ ୧୫ଦିନିଆ କାର୍ଯ୍ୟକ୍ରମ “ପରୀ ପାଇଁ କଥାଟିଏ” ହାତକୁ ନେଇଛି । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ପରିବାର, ବିଭିନ୍ନ ସମୂଦାୟ ତଥା ଅଭିଭାବକଙ୍କୁ ଶିଶୁ ଯୌନ ନିର୍ଯ୍ୟାତନା କିପରି ବନ୍ଦ ହୋଇ ପାରିବ ସେ ସମ୍ପର୍କରେ ସାରା ରାଜ୍ୟରେ ସଚେତନତା ସୃଷ୍ଟିକରିବାର ଲକ୍ଷ୍ୟ ରଖିଛି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ସୁସଜ୍ଜିତ ‘ପରୀ ଏକ୍ସେପ୍ରେସ ଭ୍ୟାନ’କୁ ଲୋକାର୍ପଣ କରିଛନ୍ତି, ଏହି ଭ୍ୟାନଗୁଡ଼ିକ ରାଜ୍ୟର ୩୦ଟି ଜିଲ୍ଲାରେ ସଚେତନତା ସୃଷ୍ଟି କରିବ ।

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାଲୁକା କଳାକୁ ପ୍ରଶଂସା କରି ରାଜ୍ୟ ପୋଲିସ ଡ଼ିଜିପି ଆର୍ ପି ଶର୍ମା ଟ୍ୱିଟ୍ କରି କହିଛନ୍ତି, “ଆପଣଙ୍କୁ ଅଜସ୍ର ଧନ୍ୟବାଦ, ସୁନ୍ଦର ବାଲୁକା କଳା ମାଧ୍ୟମରେ ପରୀମାନଙ୍କ ଲାଗି ଆପଣ ସହଯୋଗର ହାତ ବଢେଇଥିବାରୁ” ।

Leave A Reply

Your email address will not be published.