Latest Odisha News

BREAKING NEWS

ଦୁନିଆରେ ଠପ୍ ହେଲା ଇଣ୍ଟରନେଟ୍ ସେବା; ବଡ଼ବଡ଼ ଓ୍ବେବସାଇଟ୍ ବନ୍ଦ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ବଡ ୱେବସାଇଟ୍ କିଛି ସମୟ ପାଇଁ ଠପ୍ ହୋଇଯାଇଥିବା ସୂଚନା ମିଳିଛି। ଆମାଜନ ସବ ୟୁକେ ସରକାରଙ୍କ ବିଭିନ୍ନ ୱେବସାଇଟ୍ ମଧ୍ୟ ଡାଉନ୍ ହୋଇ ପଡ଼ିଛି ।

ଏହି ତାଲିକାରେ ରହିଛି- ରେଡ୍ଡିଟ୍, ସ୍ପୋଟିଫାଇ, ଟ୍ୱିଚ୍, ଷ୍ଟାକ ଓଭରଫ୍ଲୋ, ଗିଟ୍ ହବ୍, ଗୋଭ.ୟକ୍ ଏବଂ ନ୍ୟୁଜ୍ ଆଉଟଲେଟ୍ ଦି ଗାର୍ଡିଆନ୍, ନ୍ୟୁୟର୍କ ଟାଇମ୍ସ, ବିବିସି, ଫାଇନାନ୍ସିଆଲ୍ ଟାଇମ୍ସ ସମେତ ବହୁ ବଡ଼ବଡ଼ ସଂସ୍ଥା ଆଉଟେଜର ସମ୍ମୁଖୀନ ହୋଇଛନ୍ତି।

ଲୋକପ୍ରିୟ ମିଡିଆ କମ୍ପାନୀ ନ୍ୟୁୟର୍କ ଟାଇମ୍ସ ଏବଂ ବ୍ରିଟେନ ସରକାରଙ୍କ ୱେବସାଇଟ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହି ୱେବସାଇଟ୍ ଗୁଡିକ ଲୋଡ୍ ହେଉନଥିବା ବେଳେ ଏରର୍ ଶୋ କରୁଛି। ଏପରିକି ୱେବସାଇଟ୍ ଖୋଲିବା ପରେ ଏରର୍ କୋଡ୍ ୫୦୩ ଦେଖାଉଛି।

ତେବେ ଏସବୁ ସମସ୍ୟାର ସମାଧାନ ହୋଇଥିବା ସୁତ୍ରରୁ ପ୍ରକାଶ। ଏବେ ଡାଉନ୍ ହୋଇଥିବା ଏକାଧିକ ୱେବସାଇଟ୍ ଠିକ୍ ଭାବେ କାର୍ଯ୍ୟ କରୁଛି।

Leave A Reply

Your email address will not be published.