Latest Odisha News

BREAKING NEWS

ଫେରୁଛନ୍ତି ରାନୁ ମଣ୍ଡଳ…

ପଶ୍ଚିମବଙ୍ଗ: ରାନୁ ମଣ୍ଡଳ । ଅନେକ ହୁଏ ତ ଏହି ଚେହେରା କିମ୍ବା ନାଁକୁ ଭୁଲିନଥିବେ । ପଶ୍ଚିମବଙ୍ଗ ରାଣାଘାଟ ରେଳବାଇ ପ୍ଲାଟଫର୍ମରେ ଗୀତ ଗାଇ ଏହି ମହିଳା ଜଣକ ରାତାରାତି ଇଣ୍ଟରନେଟ୍ ଷ୍ଟାର ପାଲଟିଥିଲେ । ଏପରିକି ହିମେଶ ରେଶମିୟାଁଙ୍କ ନିର୍ଦ୍ଦେଶନାରେ ଗୀତ ବି ଗାଇଥିଲେ ।

ଦର୍ଶକଙ୍କୁ ଦୁର୍ବ୍ୟବହାର, ଷ୍ଟେଜରେ ଲିରିକ୍ସ ଲାଇନ୍ ଭୁଲିଯିବା ଓ ଅତ୍ୟଧିକ ମେକ୍ ଅପ୍ ଭଳି ଘଟଣାକୁ ନେଇ ସେ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ଶିକାର ବି ହୋଇଥିଲେ । ତେବେ ଖାସ କରି ସେଲିବ୍ରିଟି ହେବାର ଭୁଲ ଧାରଣା ତାଙ୍କୁ ରାତାରାତି ଉଭାନ୍ କରିଦେଇଥିଲା ।

ଶୁଣିବାକୁ ମିଳିଛି ରାନୁ ମଣ୍ଡଳ କୁଆଡେ କମ୍‌ବ୍ୟାକ କରିବାକୁ ଯୋଜନା କରଛନ୍ତି । ଖୋଳତାଡ ପରେ ଖବର ସତ ବୋଲି ଜଣାପଡିଥିଲା । ଆଗାମୀ ଦିନରେ ରାନୁ ମଣ୍ଡଳ ଏକ ଅନଲାଇନ୍ ଡିଜିଟାଲ୍ କନସର୍ଟରେ ବେଙ୍ଗଲୀ ଗାୟକ ରୂପାଙ୍କର ବାଗ୍‌ଚୀଙ୍କ ସହ ନଜର ଆସିବେ । ନିକଟରେ ଏହାର ସୁଟିଂ ବି ସରିଛି । ରାନୁ ମଣ୍ଡଳ କନସର୍ଟ ଜରିଆରେ ଫେରିବା ନେଇ ଖୋଦ ରୂପାଙ୍କର ସୋସିଆଲ୍ ମିଡିଆରେ ଜଣାଇଛନ୍ତି । ଏହି କନସର୍ଟକୁ ବାଦ୍ ଦେଲେ “ସିତମଗର” ଓ “ସରୋଜିନୀ” ଭଳି ଫିଲ୍ମରେ ବି ରାନୁ ନିଜ କଣ୍ଠ ପ୍ରଦାନ କରିବେ ।

Leave A Reply

Your email address will not be published.