Latest Odisha News

BREAKING NEWS

ମାଲକାନଗିରିରେ ବଢିଲା କଟକଣା, ୧୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ଠପ୍

ଭୁବନେଶ୍ୱର: ମାଲକାନଗିରିରେ ବଢିଲା କଟକଣା। ମଙ୍ଗଳବାର ଦିନ ଓଡ଼ିଶା ଗୃହ ବିଭାଗ ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ଏବଂ ପ୍ରବେଶ ଉପରେ ପ୍ରତିବନ୍ଧକକୁ ବଢାଇ ଦେଇଛି। ଡିସେମ୍ବର ୧୦ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି।

ଏଥିରେ ହ୍ୱାଟ୍ସଆପ୍, ଫେସବୁକ୍, ଏକ୍ସ ସେବା ରହିଛି।

ପୂର୍ବରୁ ଏମଭି-୨୬ରେ ଭିଡ଼ ଦ୍ୱାରା ହୋଇଥିବା ହିଂସାକାଣ୍ଡ, ଘର ପୋଡ଼ି ଦେବା ଘଟଣାରେ ଜିଲ୍ଲାରେ ଉତ୍ତେଜନା ଜାରି ରହିଥିଲା। ଯାହା ଫଳରେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା। ତେବେ ଏହି ଘଟଣା ନଦୀରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଘଟିଥିଲା।

 

Comments are closed.