Latest Odisha News

BREAKING NEWS

ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟ୍ସଆପ୍‌ରେ ଇଣ୍ଟିମେସନ୍

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ହ୍ୱାଟସ୍ଆପ୍‌ ଇଣ୍ଟିମେସନ୍ ଗ୍ରହଣ କରାଯିବ। ଅନେକ ସମୟରେ ବୈଷୟିକ ସମସ୍ୟା ଯୋଗୁଁ ଇଣ୍ଟିମେସନ୍ ଲେଟର ଡାଉନଲୋଡ କରିବାରେ ସମସ୍ୟା ଦେଖାଦେଉଛି। ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ସାମ୍‌ସ ପକ୍ଷରୁ ଛାତ୍ରଛାତ୍ରୀଙ୍କ ହ୍ୱାଟ୍ସଆପକୁ ଇଣ୍ଟିମେସନ୍ ଲେଟର ଦିଆଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ହାୟାର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି।

ନାମଲେଖା ପାଇଁ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍ ଲେଟର ଆବଶ୍ୟକ। ଏହାକୁ ସାମ୍‌ସ ୱେବସାଇଟରୁ ଡାଉନଲୋଡ କରି ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇଥାନ୍ତି। ତେବେ ଚଳିତ ଥର ଇଣ୍ଟିମେସନ୍ ଲେଟର ଡାଉନଲୋଡ କରିବାରେ ଅନେକ ସମସ୍ୟା ଦେଖାଦେବାରୁ ହ୍ୱାଟସ୍ଆପ୍‌ ସାମ୍‌ସ ପକ୍ଷରୁ ଆସିଥିବା ଇଣ୍ଟିମେସନ୍ ଲେଟରକୁ ନାମଲେଖା ସମୟରେ କଲେଜ କର୍ତ୍ତୃପକ୍ଷ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଯେଉଁମାନେ ନାମ ଲେଖାଇ ନାହାଁନ୍ତି ସେମାନଙ୍କୁ ୧୩ ସୁଦ୍ଧା ନାମ ଲେଖାଇବାର ସୁଯୋଗ ମିଳିବ। ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଚଳିତ ମାସ ୧୩ ତାରିଖ ସୁଦ୍ଧା ନାମ ଲେଖାଇପାରିବେ।

Comments are closed.