ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗ ଦାନ ପାଇଁ ବିଭିନ୍ନ ମନ୍ଦିର କୁ ଆମନ୍ତ୍ରଣ କରାଯିବା ପ୍ରକ୍ରିୟାରେ ନିମନ୍ତ୍ରଣକାରୀ ଦଳ ଆଜି ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି ।
ସେହିପରି ଜମ୍ମୁ ର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ର ଜଗନ୍ନାଥ ମନ୍ଦିର, ମଦୁରାଇ ର ମିନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିର, ବିଜୟୱଡା ଶ୍ରୀସୈଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣା ର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ, ଗୁଜୁରାଟ ସୋମନାଥ ମନ୍ଦିର ରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।
ସେହିପରି ଓଡିଶା ର ବରଗଡ଼ ପାଇକମାଳର ନୃସିଂହ ନାଥ ମନ୍ଦିର, ନୂଆପଡା ର ପାତାଳ ଗଙ୍ଗା ମନ୍ଦିର ରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ମଦୁରାଇ ର ଅଲଗରନାଥ ମନ୍ଦିର ରେ ପ୍ରଶିକ୍ଷିତ ହାତୀ ନିମନ୍ତ୍ରଣକାରୀ ଦଳ ଙ୍କୁ ସ୍ୱାଗତ କରିବା ସହ ନିଜ ଶୁଣ୍ଢ ରେ ଆଶୀର୍ବାଦ କରିଥିଲା । ସବୁଠାରେ ଜୟ ଜଗନ୍ନାଥ ଧ୍ୱନି ରେ ନିମନ୍ତ୍ରଣକାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
Comments are closed.