Latest Odisha News

ପି ଚିଦାମ୍ବରମଙ୍କୁ ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ଇଡ଼ି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ହେରଫେର ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚାଦାମ୍ବରମଙ୍କୁ ଆଶ୍ୱସ୍ତି ମିଳିପାରିଛି । ଏହି ମାମଲାରେ ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଆସନ୍ତା ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ୍ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଗତ ୨୧ ତାରିଖରୁ ସିବିଆଇ ହାଜତରେ ରହିଥିଲେ ମଧ୍ୟ ଇଡ଼ି ତାଙ୍କୁ ବୁଧବାର ପର୍ଯ୍ୟନ୍ତ ଗିରଫ କରିପାରିବେ ନାହିଁ ବୋଲି ଗଣମାଧ୍ୟମ ଦି କ୍ୱିଣ୍ଟରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇପାରିନାହିଁ । ଆସନ୍ତାକାଲି ମାମଲାର ଶୁଣାଣି ଅଦାଲତ କରିବେ ବୋଲି ସୂଚନା ମିଳିଛି ।

ଏହି ମାମଲାରେ ଚିଦାମ୍ବରମଙ୍କ ଲାଗି ଅଦାଲତରେ ଲଢୁଛନ୍ତି କଂଗ୍ରେସ ଦଳର ଦୁଇ ନେତା ତଥା ସୁପ୍ରିମକୋର୍ଟର ଦୁଇ ବରିଷ୍ଠ ଆଇନଜୀବୀ କପିଲ୍ ଶିବଲ୍ ଏବଂ ଅଭିଷେକ ମନୁ ସିଂଘଭି । ଓକିଲ ଶ୍ରୀ ସିଂଘଭି ତାଙ୍କ ଯୁକ୍ତିରେ ଅଦାଲତଙ୍କୁ କହିଥିଲେ ଯେ, ଯେହେତୁ ୨୦୦୯ରେ ଏହି ମାମଲାର ନ୍ୟାୟ ଅସିଥିଲା ତେଣୁ ତାଙ୍କ ମହକିଲଙ୍କ ବିରୋଧରେ ଏହି ଆଧାରରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ ।

ଅନ୍ୟପକ୍ଷରେ ଚିଦାମ୍ବରମ୍ ସିବିଆଇ ହାଜତରେ ରହି ଜେରାର ସମ୍ମୁଖୀନ ହେଉଥିଲେ ମଧ୍ୟ ସେ ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି ବୋଲି ସିବିଆଇ ମଙ୍ଗଳବାର ଦିନ ଅଦାଲତଙ୍କୁ ଜଣାଇଛି । ସମସ୍ତ ପ୍ରଶ୍ନର ଉତ୍ତରରେ ସେ କେବଳ ‘ମୋର ମନେ ନାହିଁ / ମୁଁ ଜାଣିନାହିଁ’ କହୁଛନ୍ତି ବୋଲି ସିବିଆଇ କହିଛି । ତେଣୁ ଆଗାମୀ ଦିନରେ ଲାଇ ଡ଼ିଟେକ୍ଟର୍ ସାହାଯ୍ୟରେ ଜେରା କରାଯିବା ନେଇ ସିବିଆଇ ପ୍ରସ୍ତୁତ ହେଉଛି ବୋଲି ସୂତ୍ରରୁ ଜଣାପଡ଼ିଛି ।\n\nଆଇଏନଏକ୍ସ ମିଡ଼ିଆ ଅର୍ଥ ହେରଫେର ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଚିଦାମ୍ବରମଙ୍କ ସହିତ ମୁହାଁମୁହିଁ ଜେରା କରିବାର ଯୋଜନାରେ ଏବେ ସିବିଆଇ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।

Comments are closed.