Latest Odisha News

BREAKING NEWS

ଚେନ୍ନାଇ ସୁପକିଙ୍ଗସ୍ ଆଇପିଏଲ୍ ଚାମ୍ପିଅନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ପୁଣି ଥରେ ଆଇପିଏଲ୍ ଚାମ୍ପିଅନ୍ ହୋଇଛି ଚେନ୍ନାଇ ସୁପରକିଙ୍ଗସ । କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ଚତୁର୍ଥ ଥର ଆଇପିଏଲ୍ ଟ୍ରଫି ହାତେଇଛି । ଚଳିତ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ଓ କୋଲକାତା ଭିତରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । କେକେଆର୍ ବ୍ୟାଟ୍ସମ୍ୟାନ ପ୍ରଥମରୁ ଭଲ ଖେଳିଥିଲେ । କିନ୍ତୁ ଶେଷରେ ଚେନ୍ନାଇର ଯାଦୁଗରୀ ବୋଲିଂ ଯୋଗୁ ବାଜି ପଲଟିଗଲା ।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୩ ଓ୍ୱିକେଟ ହରାଇ ୧୯୨ ରନ୍ କରିଥିଲା । ୧୯୩ ରନ୍ ଟାର୍ଗେଟର ପିଛା କରି ଜବରଦସ୍ତ ଆରମ୍ଭ କରିଥିଲା କୋଲକାତା ନାଇଟ୍ ରାଇଡର୍ସ । ଶୁଭମନ୍ ଗିଲ୍ ଓ ଭେଙ୍କଟସ୍ ଆୟାର ଯୋଡ଼ି ଚେନ୍ନାଇ ବୋଲରଙ୍କ ପ୍ରହାର କରିଥିଲେ । ଶୁଭମନ୍ ଗିଲ୍ ୫୧ ଓ ଭେଙ୍କଟସ୍ ଆୟାର ୫୦ ରନ୍ କରିଥିଲେ । ଏମାନଙ୍କ ପରେ ୬ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ବି ଛୁଇଁ ପାରିଲେ ନାହିଁ ।

ଶେଷ ଆଡକୁ ଫର୍ଗୁସନ୍ ଓ ଶିଭମ୍ ମାଭି ଲଢ଼େଇ କରିଥିଲେ ବି ବିଜୟ ପାଇଁ ଯଥେଷ୍ଟ ହେଲା ନାହିଁ । ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ କୋଲକାତା ୧୬୫ ରନ୍ ହିଁ କରି ପାରିଲା । ଏହି ପରାଜୟ ସହ କେକେଆର୍ ତୃତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହେବା ସ୍ୱପ୍ନ ଚୁରମାର ହୋଇଯାଇଛି ।

ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ ଧୂଆଁଧାର ଇନିଂସ ଖେଳିଥିଲେ । ସେ ୮୬ ରନ୍ କରିଥିଲେ । ମୋଇନ୍ ଅଲ୍ଲୀ ଅପରାଜିତ ୩୭, ଋତୁରାଜ ଗାଏକ୍ୱାଡ୍ ୩୨ ଓ ରବିନ ଉଥାପା ୩୧ ରନ୍ କରିଥିଲେ । ପୂର୍ବରୁ ୨୦୧୦, ୨୦୧୧ ଓ ୨୦୧୮ରେ ଚାମ୍ପଅନ୍ ହୋଇଥିଲା ଚେନ୍ନାଇ ସୁପରକିଙ୍ଗସ୍ ।

Leave A Reply

Your email address will not be published.