Latest Odisha News

BREAKING NEWS

ଆଇପିଏଲ ପ୍ଲେଅଫ ଲାଇନ ଅଫ ଚୂଡାନ୍ତ

କୋଲକାତା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଗୁଜରାଟ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ମେ ୨୩ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ କ୍ୱାଲିଫାୟର ୧ ଚେନ୍ନାଇରେ ଖେଳାଯିବ । ସେହିପରି ଏଲିମିନେଟର ମ୍ୟାଚ ମେ ୨୪ରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ମଧ୍ୟ ଚେନ୍ନାଇରେ ଖେଳାଯିବ । କ୍ୱାଲିଫାୟର ୨ର ମୁକାବିଲା କ୍ୱାଲିଫାୟର ୧ର ପରାଜୟ ଟିମ ଓ ଏଲିମିନେଟର ମ୍ୟାଚରେ ବିଜେତାଙ୍କ ମଧ୍ୟରେ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ ।

ମେ ୨୮ ରେ ଫାଇନାଲ ମ୍ୟାଚ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯିବ । ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ନିକଟରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ହାରିବା ଫଳରେ ପ୍ଲେ ଅଫ ପ୍ରବେଶ ଦୌଡରୁ ବାଦ ପଡିଛି । ଏହି ମ୍ୟାଚରେ ବାଙ୍ଗାଲୋରର ବିରାଟ କୋହଲି ଗୁଜରାଟର ଶୁଭମନ ଗିଲ ଶତକ ହାସଲ କରିଥିଲେ ।

Leave A Reply

Your email address will not be published.