Latest Odisha News

ବାକିଥିଲା ଟ୍ୱିଷ୍ଟ, ମୁମ୍ବାଇକୁ ଫେରିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ରବିବାର ଫ୍ରାଂଚାଇଜର ସେମାନଙ୍କ ରିଟେନ ଓ ରିଲିଜ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାକୁ ଗୁଜରାଟ ଟାଏଟାନ୍ସ ରିଟେନ କରିବା ପରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଧରିଥିଲା ସେଥିରେ ବିରାମ ଘଟିଥିବା ଅନୁମାନ କରାଯାଉଥିଲା । ମାତ୍ର ସୋମବାର କାହାଣୀର ଟ୍ୱିଷ୍ଟ ବାକି ଥିଲା । ଟ୍ରେଡ ୱିଣ୍ଡୋ ମାଧ୍ୟମରେ ମୁମ୍ବାଇ ଏହି ଷ୍ଟାର ଅଲରାଉଣ୍ଡରକୁ ନେଇଥିଲା । ଉଭୟ ଟିମ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ହାର୍ଦ୍ଦିକ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ମଧ୍ୟ ହାର୍ଦ୍ଦିକଙ୍କ ଘର ବାହୁଡାକୁ ସ୍ୱାଗତ କରିଛନ୍ତି । ଏହା ଏକ ପୁର୍ନମିଳନ କହିଲେ ଭୁଲ ହେବନି । ଜଣେ ଯୁବ ପ୍ରତିଭାବାନ ଖେଳାଳିରୁ ଷ୍ଟାର ସାଜିବା ନେଇ ହାର୍ଦ୍ଦିକଙ୍କ ଯାତ୍ରା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ।

ହାର୍ଦ୍ଦିକ ମଧ୍ୟ ମୁମ୍ବାଇ ଟିମକୁ ଫେରିଥିବା ନେଇ ଭାବପ୍ରବଣ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ଏ ନେଇ ତାଙ୍କ କ୍ରିକେଟ ଯାତ୍ରା ସମ୍ପର୍କିତ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଗୁଜରାଟର ଅଧିନାୟକ ଦାୟିତ୍ୱ ଶୁଭମନ ଗିଲ ତୁଲାଇବେ । ହାର୍ଦ୍ଦିକ ତାଙ୍କ ପୁରୁଣା ଟିମକୁ ଫେରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଆମେ ଏଥିରେ ସହମତି ହୋଇଥିଲୁ ବୋଲି ଗୁଜରାଟର କ୍ରିକେଟ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି କହିଛନ୍ତି ।

Comments are closed.