Latest Odisha News

ଏଥର ଆଇପିଏଲରେ କିଏ ହେବ ଦାମୀ ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୫ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଯେତେଦୂର ସମ୍ଭବ ଏହା ଡିସେମ୍ବରରେ ଆୟୋଜିତ ହେବ । ପ୍ରାୟ ସମସ୍ତ ଫ୍ରାଂଚାଇଜର ଏକ ଶକ୍ତିଶାଳୀ ଟିମ ଗଠନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ମିଚେଲ ଷ୍ଟାର୍କଙ୍କ ଦାମୀ ଖେଳାଳି ହେବା ରେକର୍ଡ ଏଥର ଭାଙ୍ଗିବା ଏକପ୍ରକାର ନିଶ୍ଚିତ । ଗତ ବର୍ଷ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ ତାଙ୍କୁ କିଣିଥିଲା । ୮ ବର୍ଷ ପରେ ଷ୍ଟାର୍କ ଆଇପିଏଲ ଖେଳିଥିଲେ । ଅବଶ୍ୟ ତାଙ୍କ ପସନ୍ଦ ଏତେଟା ଉତ୍ସାହଜନକ ରହି ନ ଥିଲା । କୋଲକାତା ଚାମ୍ପିୟନ ହେବା ଯୋଗୁ ଏହା ବିଶେଷ ଭାବେ ଆଲୋଚନା ହୋଇ ନ ଥିଲା । ମୁମ୍ବାଇ ଇଣ୍ଡିଆନ୍ସ ସହ ରୋହିତ ଶର୍ମାଙ୍କ ସମ୍ପର୍କ ଖରାପ ହେବା ଯୋଗୁ ସେ ଏଥର ନିଲାମ ପାଇଁ ଉପଲବ୍ଧ ହେବେ ବୋଲି ଆଶା କରାଯାଉଛି । ଯଦି ଏହା ହୁଏ ତେବେ ତାଙ୍କ ଉପରେ ସର୍ବାଧିକ ବାଜି ଲଗାଇବା ପାଇଁ ସମସ୍ତ ଫ୍ରାଂଚାଇଜର ଚାହିଁବେ ।

କେତେକ ରିପୋର୍ଟ ଅନୁସାରେ ରୋହିତଙ୍କ ପାଇଁ ଏଥର ୫୦ କୋଟି ପର୍ଯ୍ୟନ୍ତ ବାଜି ଲାଗିପାରେ । ରୋହିତଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଓ ରିଷଭ ପନ୍ତଙ୍କୁ ନେବା ପାଇଁ ମଧ୍ୟ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଶା କରାଯାଉଛି । ସୂର୍ଯ୍ୟକୁମାର ଓ ପନ୍ତଙ୍କୁ ତାଙ୍କ ଦଳ ରିଟେନ କରୁଛନ୍ତି ତାହା ଦେଖିବା କଥା । ଏମାନଙ୍କ ବ୍ୟତୀତ ଯଶପ୍ରୀତ ବୁମରାହ ମଧ୍ୟ ଫ୍ରାଂଚାଇଜରଙ୍କ ଚାହିଦା ହେବେ ବୋଲି ଆଶା କରାଯାଉଛି । ଏହା ସତ୍ୟ ଯେ, ଏଥର ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିବା ଏକପ୍ରକାର ନିଶ୍ଚିତ ।

Comments are closed.