Latest Odisha News

BREAKING NEWS

ଆଇପିଏଲ ୨୦୨୫: କିଏ ହେବ ନୂଆ ଚାମ୍ପିୟନ

ଅହମ୍ମଦାବାଦ: ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଉଭୟ ଟିମ ପୂର୍ବରୁ ଚାମ୍ପିୟନ ହୋଇ ନ ଥିବାରୁ ଏଥର ଆଇପିଏଲକୁ ନୂଆ ବିଜେତା ମିଳିବ । ଉଭୟ ଟିମ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କ୍ୱାଲିଫାୟର ୧ରେ ପଞ୍ଜାବକୁ ବେଙ୍ଗାଲୁର ପରାସ୍ତ କରିଥିଲା । କ୍ୱାଲିଫାୟର ୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି ।

କିପରି ରହିବ ପିଚ: ଅହମ୍ମଦାବାଦ ପିଚ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାଜିଥିବା ଏହି ପିଚ ବୋଲରଙ୍କ ପାଇଁ ସର୍ବଦା ଦୁଃସ୍ୱପ୍ନ ସାଜିଥାଏ । ଆଉଟଫିଲ୍ଡ ଦ୍ରୁତ ଥିବାରୁ ବ୍ୟାଟ୍ସମ୍ୟାନଙ୍କ ନିକଟରୁ ଚମତ୍କାର ଶଟ ଦେଖିବାକୁ ମିଳିଥାଏ । ମିଡିଲ ଓଭରରେ ଅବଶ୍ୟ ପିଚ କିଛି ମାତ୍ରାରେ ସ୍ପିନରଙ୍କୁ ସୁହାଉଥିବା ଦେଖିବାକୁ ମିଳିଛି । ଅନ୍ୟ ଅର୍ଥରେ ସ୍ପିନର ଏହି ମ୍ୟାଚରେ ଟ୍ରମ୍ପ କାର୍ଡ ସାଜିବେ ।
ବର୍ଷା ଆଶଙ୍କା: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହା ମୁକାବିଲା ଦେଖିବା ପାଇଁ ପ୍ରଶଂସକଙ୍କମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ପାଣିପାଗ ରିପୋର୍ଟ ଅନୁସାରେ ଫାଇନାଲ ଦିନ ବର୍ଷା ହେବା ସମ୍ଭାବନା ରହିଛି । ଷ୍ଟାଡିୟମର ଡ୍ରେନେଜ ସିଷ୍ଟମ ଭଲ ରହିଥିବାରୁ ଦର୍ଶକମାନେ ମ୍ୟାଚ ଉପଭୋଗ କରିବେ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଫାଇନାଲ ପାଇଁ ରିଜର୍ଭ ଦିବସ ମଧ୍ୟ ରଖାଯାଇଛି ।

ହେଡ ଟୁ ହେଡ ରେକର୍ଡ: ଉଭୟ ଟିମ ଆଇପିଏଲରେ ଚାମ୍ପିୟନ ହେବାର ସୁଯୋଗ ପୂର୍ବରୁ ଛାଡିଛନ୍ତି । ଅନ୍ୟ ସଂସ୍କରଣ ତୁଳନାରେ ଏଥର ବେଙ୍ଗାଲୁରର ପ୍ରଦର୍ଶନ ଶୃଙ୍ଖଳିତ ରହିଛି । ଉଭୟ ଟିମ ମଧ୍ୟରେ ଓଭରାଲ ୩୬ ମୁକାବିଲା ଖେଳାଯାଇଛି । ଆରସିବି ୧୮ ଓ ପଞ୍ଜାବ ୧୮ ମ୍ୟାଚରେ ବିଜୟୀ ହୋଇଛନ୍ତି । କ୍ୱାଲିଫାୟର ୧ରେ ପଞ୍ଜାବକୁ ଆରସିବି ପରାସ୍ତ କରିଥିବାରୁ ସେମାନଙ୍କ ମନୋବଳ ଉଚ୍ଚ ରହିବ ବୋଲି ଆଶା କରାଯାଉଛି ।

Comments are closed.