Latest Odisha News

ଆଇପିଏଲ ୨୦୨୫ କମେଣ୍ଟ୍ରି ପ୍ୟାନେଲରୁ ବାଦ ପଡିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନ୍ ପାଇଁ କମେଣ୍ଟ୍ରି ପ୍ୟାନେଲଙ୍କ ତାଲିକା ପ୍ରକାଶିତ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ କିମ୍ବଦନ୍ତୀ ଦ୍ରୁତ ବୋଲର ଇରଫାନ ପଠାନଙ୍କ ନାମ ନାହିଁ। ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ପ୍ରତ୍ୟେକ ଥର ଉପସ୍ଥିତ ଥିବା ସମସ୍ତଙ୍କ ନାମ ଥିଲାବେଳେ ଇରଫାନଙ୍କ ନାମକୁ ବାଦ ଦିଆଯାଇଛି।

ମାଇ ସ୍ପୋର୍ଟସ୍ ୱେବସାଇଟ୍ ଅନୁଯାୟୀ, କିଛି ଭାରତୀୟ ଖେଳାଳିଙ୍କ ବିରୋଧରେ ବ୍ୟକ୍ତିଗତ ମନ୍ତବ୍ୟ ଦେବା ପାଇଁ ଇରଫାନଙ୍କୁ ବହିଷ୍କାର କରାଯାଇଛି। ଅନେକ ଖେଳାଳି ଅଭିଯୋଗ କରିଥିଲେ ଯେ ଇରଫାନ୍ ଜାଣିଶୁଣି ସେମାନଙ୍କ ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେଉଛନ୍ତି। ଗତ ୨ ବର୍ଷ ଧରି ଏପରି ଘଟୁଥିଲା। ଯେପରିକି ଇରଫାନ ପଠାନ କିଛି ଖେଳାଳିଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଏଜେଣ୍ଡା ଚଲାଉଛନ୍ତି। ଯାହାକୁ ପସନ୍ଦ କରିନଥିଲେ ଉଚ୍ଚ ଅଧିକାରୀମାନେ।

ତେବେ ଇରଫାନ ପଠାନ ପ୍ରଥମ କ୍ରିକେଟର ନୁହଁନ୍ତି ଯାହାଙ୍କୁ ଦଣ୍ଡ ସ୍ୱରୂପ କମେଣ୍ଟ୍ରୀ ପ୍ୟାନେଲରୁ ବାଦ ଦିଆଯାଇଛି। ପୂର୍ବରୁ ଭାରତୀୟ କ୍ରିକେଟର ସଞ୍ଜୟ ମାଞ୍ଜରେକର ଏବଂ କ୍ରିକେଟ ବିଶେଷଜ୍ଞ ହର୍ଷା ଭୋଗଲେଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିଲା। ୨୦୨୦ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ମଞ୍ଜରେକରଙ୍କୁ ବିସିସିଆଇ କମେଣ୍ଟ୍ରି ଦଳରୁ ବହିଷ୍କାର କରାଯାଇଥିଲା। ସେହିପରି ୨୦୧୯ ମସିହାରେ ସୌରଭ ଗାଙ୍ଗୁଲିଙ୍କ ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେବା ପାଇଁ ହର୍ଷା ଭୋଗଲେଙ୍କୁ ଦଣ୍ଡ ଭୋଗିବାକୁ ପଡିଥିଲା।

 

Comments are closed.