Latest Odisha News

BREAKING NEWS

ଆରମ୍ଭ ହେଲା ଆଇପିଏଲ: ଶାହାରୁଖଙ୍କ ସହ ନାଚିଲେ କୋହଲି

କୋଲକାତା: ବର୍ଣ୍ଣାଢ଼୍ୟ ପରିବେଶରେ ଆଇପିଏଲର ୧୮ତମ ସଂସ୍କରଣ କୋଲକାତାର ଇନେଡଗାର୍ଡେନରେ ଆରମ୍ଭ ହୋଇଯାଇଛି । ଏହା ପରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ମଧ୍ୟ ଆରମ୍ଭ ହୋଇଯାଇଛି । କେକ କଟାଯିବା ପରେ ଆତସବାଜି କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇ ଯାଇଥିଲା । ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଗାୟିକା ଶ୍ରେୟା ଘୋଷାଲ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ।

ଶାହାରୁଖ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରିଙ୍କୁ ସିଂଙ୍କ ସହ ଡ୍ୟାନ୍ସ ମଧ୍ୟ କରିଥିଲେ । ଦିଶା ପାଟନୀ ଓ ପଞ୍ଜାବୀ ଗାୟମ କରଣ ଔଜଲ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ଗତ ସଂସ୍କରଣର ଚାମ୍ପିୟନ କେକେଆରର ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଆରସିବି ଅଧିନାୟକ ରଜତ ପାଟୀଦାର ଆଇପିଏଲ ଟ୍ରଫି ସହ ମଂଚକୁ ଆସିଥିଲେ । ଏବେ ପାଖାପାଖି ୨ ମାସ କ୍ରିକେଟର ମନୋରଞ୍ଜରୂପୀ ମୁକାବିଲାକୁ ଦର୍ଶକମାନେ ଉପଭୋଗ କରିବେ ।

Comments are closed.