Latest Odisha News

ନୂଆ ଆଉ କଡା ନିୟମରେ ଏଥର ଖେଳାଯିବ ଆଇପିଏଲ

ମୁମ୍ବାଇ: ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ବିସିସିଆଇ ଆଇପିଏଲରେ ରିଟେନଶନଠାରୁ ଆରମ୍ଭ କରି ଅନ୍ୟ ନିୟମ ଉପରୁ ପରଦା ଉଠାଇଛି । ନୂତନ ନିୟମ ଅନୁସାରେ ଗୋଟିଏ ଫ୍ରାଂଚାଇଜ ୬ଜଣ ଖେଳାଳିଙ୍କୁ ରିଟେନ କରିପାରିବ । ଏଥିରେ ୨ଜଣ ଅନକ୍ୟାପେଡ ଭାରତୀୟ ଖେଳାଳିଙ୍କୁ ରଖାଯାଇ ପାରିବ । ଏହା ବ୍ୟତୀତ ରାଇଟ ଟୁ ମ୍ୟାଚ ବିକଳ୍ପ ମଧ୍ୟ ରହିବ । ଗୋଟିଏ ଟିମ ୫ଜଣ କ୍ୟାପେଡ ଖେଳାଳିଙ୍କୁ ବଜାୟ ରଖିପାରିବ । ଏମାନେ ସମସ୍ତେ ଭାରତୀୟ ହୋଇଥିବେ । ଜଣେ ଅନ କ୍ୟାପେଡ ଖେଳାଳି ବାଧ୍ୟତାମୂଳକ ।

ନିଲାମ ପର୍ସକୁ ୧୨୦ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରିଟେନଶନ ପରେ ବାକି ଅର୍ଥରେ ସେମାନେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ଏହା ପୂର୍ବର ୧୦୦ କୋଟି ନିଲାମ ପର୍ସ ରହିଥିଲା । ଫ୍ରାଂଚାଇଜର ୫ କ୍ୟାପେଡ ଖେଳାଳିଙ୍କୁ ରଖିଲେ ୭୫ କୋଟି ଦେବାକୁ ପଡିବ । ପ୍ରଥମ ୩ଟି ପାଇଁ ୧୮, ୧୪ ଓ ୧୧ କୋଟି ଏହା ପରେ ବାକି ୨ଟି ପାଇଁ ୧୮ ଓ ୧୪ କୋଟି ମୂଳ ପର୍ସରୁ କଟାଯିବ । ଇମ୍ପାକ୍ଟ ନିୟମ ପୂର୍ବଭଳି ଲାଗୁ ରହିବ ।

ଏଥିନେଇ ପୂର୍ବ କ୍ରିକେଟରମାନେ ଆପତି କରିଥିଲେ ମଧ୍ୟ ଏହାକୁ ବଜାୟ ରଖାଯାଇଛି । ଇଂଜୁରୀ ରିପ୍ଲେସମେଂଟ ଓ ପ୍ଲେୟାର ଲୋନ ପ୍ରକ୍ରିୟା ମଧ୍ୟ ବ୍ୟବହାର କରାଯାଇ ପାରିବ । ଯଦି ଜଣେ ଭାରତୀୟ ଖେଳାଳି ୫ ବର୍ଷ ଧରି ଜାତୀୟ ଟିମ ପକ୍ଷରୁ ନ ଖେଳିବେ ତେବେ ସେ ଅନକ୍ୟାପେଡ ଖେଳାଳି ଭାବେ ନିଲାମରେ ସାମିଲ ହୋଇପାରିବେ ।

ନିଲାମରେ ସାମିଲ ହେବା ପରେ ଫ୍ରାଂଚାଇଜର କ୍ରୟ କରି ସାରିବା ପରେ ଜଣେ ଖେଳାଳି ମନଇଚ୍ଛା ଏଥିରୁ ଓହରି ପାରିବ ନାହିଁ । ସିଜନ ଆରମ୍ଭରୁ ଯଦି ସେ ଉପଲବ୍ଧ ନ ହୁଅନ୍ତି ତେବେ ୨ଟି ସିଜନ ପାଇଁ ବାସନ୍ଦ ହେବେ । ସେହିପରି ଜଣେ ବିଦେଶୀ ଖେଳାଳି ମେଗା ଅକ୍ସନରେ ରେଜିଷ୍ଟର ନ କରିବେ ତେବେ ମିନି ଅକ୍ସନ ପାଇଁ ଅନୁମତି ମିଳିବ ନାହିଁ । ଆଇପିଏଲ ୨୦୨୫ ପରଠାରୁ ଖେଳାଳିଙ୍କୁ ପ୍ରତ୍ୟେକ ମ୍ୟାଚ ବାବଦକୁ ୭.୫ ଲକ୍ଷ ଟଙ୍କା ଦେବ ।

Leave A Reply

Your email address will not be published.