Latest Odisha News

BREAKING NEWS

ଆଇପିଏଲ ୨୦୨୫: ପ୍ଲେ ଅଫରେ ପ୍ରବେଶ କଲେ ଏହି ୪ଟି ଟିମ

ମୁମ୍ବାଇ: ଆଇପିଏଲ ୨୦୨୫ରେ ୪ଟି ଟିମ ଟିମ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ଏହି ଟିମଗୁଡିକ ହେଲା ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଏଥର ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଛି । ଗୁଜରାଟ ୪ଟି ସିଜନରେ ୩ଥର ପ୍ଲେ ଅଫରେ ପ୍ରବେଶ କରିଛି । ସେହିପରି ୧୧ ବର୍ଷ ପରେ ପଞ୍ଜାବ ପ୍ଲେ ଅଫକୁ ଉନ୍ନୀତ ହୋଇଛି । ଶ୍ରେୟାଶ ଆୟାର ଆଇପିଏଲର ପ୍ରଥମ ଅଧିନାୟକ ଭାବେ ୩ଟି ଟିମକୁ ପ୍ଲେ ଅଫରେ ପ୍ରବେଶ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ୨୦୧୯ ଓ ୨୦୨୨ରେ ଦିଲ୍ଲୀକୁ ଏବଂ ୨୦୨୪ରେ କୋଲକାତାକୁ ସେ ପ୍ଲେ ଅଫକୁ ଉନ୍ନୀତ କରାଇଥିଲେ ।

ଆରସିବି ୧୦ ଥର ପ୍ଲେ ଅଫକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହିଁ । ଶେଷ ୬ଟି ସିଜନରେ ବେଙ୍ଗାଲୁର ୫ଥର ପ୍ଲେ ଅଫକୁ ଉନ୍ନୀତ ହୋଇଛି । ଗତ ସିଜନରେ ରାଜସ୍ଥାନ ରୟାଲ୍ସ ଏଲିମିନେଟରେ ବେଙ୍ଗାଲୁରକୁ ହରାଇଥିଲା । ମୁମ୍ବାଇ ଓ ଚେନ୍ନାଇ ୫ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି । ଏଥର ମୁମ୍ବାଇ ଯଦି ଟାଇଟଲ ହାସଲ କରେ ତେବେ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଟିମ ହେବ । ପ୍ଲେ ଅଫରେ ମୁମ୍ବାଇ ରେକର୍ଡ ମଧ୍ୟ ଭଲ ରହିଛି । ୨୦ ଥର ଦଳ ୧୩ ଥର ବିଜୟ ହାସଲ କରିଛି ।

Comments are closed.