Latest Odisha News

ଆଇପିଏଲରେ ମେଗା ନିଲାମ ୫ ବର୍ଷରେ ଥରେ ହେବ: ରିପୋର୍ଟ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଏଥର ଫ୍ରାଂଚାଇଜରମାନେ କେତେକ ଖେଳାଳିଙ୍କୁ ରିଟେନ କରିବା ବେଳେ ଅନ୍ୟମାନଙ୍କୁ ରିଲିଜ କରିବେ । ରିପୋର୍ଟ ମୁତାବକ ଆଇପିଏଲ ଫ୍ରାଂଚାଇଜରମାନେ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ଏଥିରେ ସେମାନେ ୩ଟି ନିୟମରେ ପରିବର୍ତନ କରିବାକୁ ଅନୁରୋଧ କରିଛନ୍ତି । ଫ୍ରାଂଚାଇଜରମାେନେ ମେଗା ନିଲାମ ଅବଧୀ ୫ ବର୍ଷକୁ ବୃଦ୍ଧି କରିବା ପାଇଁ କହିଛନ୍ତି । ପ୍ରତ୍ୟେକ ଟିମକୁ ୪ରୁ ୬ ଖେଳାଳିଙ୍କୁ ରିଟେନ କରିବା ପାଇଁ ଅନୁମତି ଦେବା ସହ ଅତି କମରେ ୮ ରାଇଟ ଟୁ ମ୍ୟାଚ ବିକଳ୍ପ ଦେବା ପାଇଁ କହିଛନ୍ତି ।

ମେଗା ନିଲାମ ଅବଧୀରେ ବୃଦ୍ଧି ଘଟିଲେ ଯୁବ ଏବଂ ଅନକ୍ୟାପେଡ ଖେଳାଳିଙ୍କୁ ପ୍ରସ୍ତୁତ ହେବା ପାଇଁ ଉପଯୁକ୍ତ ସମୟ ପ୍ରଦାନ କରିବ । ଏବେ ମେଗା ନିଲାମ ୩ ବର୍ଷରେ ଥରେ ହେଉଛି । ଆଇପିଏଲ ଆୟୋଜକ କମିଟି ଏବଂ ବିସିସିଆଇ ପକ୍ଷରୁ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏଥର ମେଗା ନିଲାମରେ ପ୍ରାୟ ପ୍ରତ୍ୟେକ ଟିମର ରୂପରେଖ ବଦଳିଯିବା ସମ୍ଭାବନା ରହିଛି । ଫ୍ରାଂଚାଇଜରମାନଙ୍କ ଅନୁରୋଧ ଆୟୋଜକ କମିଟି ଗ୍ରହଣ କରୁଛି କି ନାହିଁ ତାହା ନିଲାମ ବେଳେ ଜଣାପଡିବ ।

Comments are closed.