Latest Odisha News

BREAKING NEWS

ଆଇପିଏଲ ୨୦୨୬: ଶର୍ଟଲିଷ୍ଟ ହେଲେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ନିଲାମ ପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ଆବୁଧାବିରେ ଡିସେମ୍ବର ୧୬ରେ ହେବାକୁ ଥିବା ନିଲାମରେ ୩୫୦ ଖେଳାଳି ସାମିଲ ହେବେ । ୧୩୫୫ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକଙ୍କ ସମେତ ୩୫ ଜଣ ଖେଳାଳି ଶେଷ ମୂହର୍ତରେ ନିଲାମ ପ୍ରକ୍ରିୟାରେ ଏଂଟ୍ରି କରିଥିଲେ । ଡିକକଙ୍କ ବେସପ୍ରାଇସ ୧ କୋଟି ରଖାଯାଇଛି । ତ୍ରବୀନ ମାଥ୍ୟୁ, ୱିନୁରା ଫର୍ଣ୍ଣାଣ୍ଡୋ, କୁଶଳ ପେରିରାଙ୍କ ପରି ଯୁବ ଖେଳାଳିମାନେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ।

ଆଇପିଏଲ ନିଲାମରେ ଏଥର କୋଲକାତା ନାଇଟ ରାଇଡର୍ସ ପାଖରେ ସର୍ବାଧିକ ୬୪.୩ କୋଟି ଟଙ୍କା ବଳକା ରହିଛି । ସେହିପରି ଆରସିବି (୧୬.୪ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ(୨୧.୮), ଚେନ୍ନାଇ ସୁପର କିଙ୍ଗସ(୪୩.୪), ସନରାଇଜର୍ସ ହାଇଦ୍ରାବାଦ(୩୫.୫), ଲକ୍ଷ୍ନୌ ସୁପର ଜ୍ୟାଂଟସ(୨୨.୯), ରାଜସ୍ଥାନ ରୟାଲ୍ସ(୧୬.୦୫), ପଞ୍ଜାବ କିଙ୍ଗସ(୧୧.୫), ମୁମ୍ବାଇ ଇଣ୍ଡିଆନ୍ସ(୨.୭୫) ଓ ଗୁଜରାଟ ଟାଇଟାନ୍ସ ନିକଟରେ ୧୨.୯ କୋଟି ଟଙ୍କା ବଳକା ରହିଛି । ପ୍ରଥମ ସ୍ଲଟରେ କ୍ୟାମରେନୁ ଗ୍ରୀନ, ଡେଭନ କନୱେ, ଜ୍ୟାକଫ୍ରେଜର ମ୍ୟାକଗର୍କ, ସର୍ଫରାଜ ଖାଁ, ପୃଥ୍ୱୀ ଶ, ଡେଭିଡ ମିଲର ଓ ଭେଙ୍କେଟେଶ ଆୟାରଙ୍କ ପରି ଷ୍ଟାର ଖେଳାଳି ସାମିଲ ହେବେ ।

Leave A Reply

Your email address will not be published.