ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିସିଆଇ ୧୫ ଦିନର କାର୍ଯ୍ୟସୂଚୀ ଘୋଷଣା କରିଛି । ମାର୍ଚ୍ଚ ୨୮ରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ମ୍ୟାଚର କାର୍ଯ୍ୟକ୍ରମ ଜାରୀ କରାଯାଇଛି । ମାର୍ଚ୍ଚ ୨୮ରେ ଉଦଘାଟନୀ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଜଇର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ବେଙ୍ଗାଲୁରରେ ଆୟୋଜିତ ହେବ । କେରଳ, ବେଙ୍ଗଲ, ତାମିଲନାଡୁ ଓ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିସିସିଆଇ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି ।
ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୯ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିବ । ଏହା କୋଲକାତାରେ ହେବ । ଚେନ୍ନାଇ ୩୦ ମାର୍ଚ୍ଚରେ ରାଜସ୍ଥାନ ରୟାଲ୍ସକୁ ଗୌହାଟୀରେ ଭେଟିବ । ମାର୍ଚ୍ଚ ୩୧ରେ ଗୁଜରାଟ ଟାଇଟାନ୍ସ ମୁଲ୍ଲାପୁରରେ ପଞ୍ଜାବ କିଙ୍ଗସକୁ ଭେଟିବ । ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ହେବ । ୧୫ ଦିନ ମଧ୍ୟରେ ୧୦ଟି ଭେନ୍ୟୁରେ ମ୍ୟାଚଗୁଡିକ ଆୟୋଜିତ ହେବ । କୋଲକାତା ଓ ଗୌହାଟୀରେ ସର୍ବାଧିକ ୩ଟି ଲେଖାଏଁ ମ୍ୟାଚ ଏବଂ ଅନ୍ୟ ଭେନ୍ୟୁରେ ୨ଟି ଲେଖାଏଁ ମ୍ୟାଚ ଆୟୋଜିତ ହେବ । ୪ ଓ ୫ରେ ଡବଲ ହେଡର ମୁକାବିଲା ହେବ ।