Latest Odisha News

BREAKING NEWS

ଆଇପିଏଲ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀର ଘୋଷଣା କରାଯାଇଛି । ୧୩ ଏପ୍ରିଲରୁ ୨୪ ମେ ପର୍ଯ୍ୟନ୍ତ ୧୨ଟି ଭେନ୍ୟୁରେ ୫୦ ମ୍ୟାଚ ଖେଳାଯିବ । ଏଥିରେ ୮ଟି ଡବଲ ହେଡର ରହିବ । ଚାମ୍ପିୟନ ରୟାଲ ଚ୍ୟାଲେର୍ଞ୍ଜ ବେଙ୍ଗାଲୁର ରାୟପୁରକୁ ଦ୍ୱିତୀୟ ହୋମଗ୍ରାଉଣ୍ଡ ଭାବେ ଘୋଷଣା କରିଛି । ଏଠାରେ ଆରସିବି ୨ଟି ମ୍ୟାଚ ଖେଳିବ । ୨୮ ମାର୍ଚ୍ଚରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ପ୍ରଥମ ଫେଜ ଖେଳାଯିବ । ପ୍ଲେ ଅଫର କାର୍ଯ୍ୟସୂଚୀର ଘୋଷଣା କରାଯାଇ ନାହିଁ । ମେ ୩୧ରେ ଫାଇନାଲ ମ୍ୟାଚ କିନ୍ତୁ ବେଙ୍ଗାଲୁରରେ ଖେଳାଯିବ । ଟୁର୍ଣ୍ଣାମେଂଟରେ ଓଭରାଲ ୭୪ ମ୍ୟାଚ ଖେଳାଯିବ । ପୂର୍ବରୁ ୮୪ ମ୍ୟାଚ ଖେଳାଯିବ ବୋଲି କୁହାଯାଇଥିଲା । ଆଇପିଏଲ ମ୍ୟାଚ କମିଟି ମ୍ୟାଚ ସଂଖ୍ୟାରେ ବୃଦ୍ଧି କରିବାକୁ ମନା କରି ଦେଇଥିଲେ ।

ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚରୁ ଦ୍ୱିତୀୟ ଫେଜ ଆରମ୍ଭ ହେବ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଆଇପିଏଲ ଇତିହାସର ୨ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଏପ୍ରିଲ ୨୩ରେ ପରସ୍ପରକୁ ଭେଟିବେ । ଏହା ମୁମ୍ବାଇରେ ଖେଳାଯିବ । ଆଇପିଏଲର ୧୦ଟି ଟିମ ହୋମଗ୍ରାଉଣ୍ଡରେ ୭ ଏବଂ ବିପକ୍ଷ ଟିମର ଗ୍ରାଉଣ୍ଡରେ ସମାନ ସଂଖ୍ୟକ ମ୍ୟାଚ ଖେଳିବ । ରାଜସ୍ଥାନ, ବେଙ୍ଗାଲୁର ଓ ପଞ୍ଜାବ ୨ଟି ଲେଖାଏଁ ହୋମଗ୍ରାଉଣ୍ଡ ଚୟନ କରିଛନ୍ତି । ରାଜସ୍ଥାନ ଗୌହାଟୀରେ ୩ ଓ ଜୟପୁରରେ ୪ ମ୍ୟାଚ ଖେଳିବ । ବେଙ୍ଗାଲୁରର ଦ୍ୱିତୀୟ ହୋମଗ୍ରାଉଣ୍ଡ ରାୟପୁର ଏବଂ ପଞ୍ଜାବ ଅନ୍ୟ ମ୍ୟାଚ ମୁଲ୍ଲାପୁରରେ ଖେଳାଯିବ ।

Leave A Reply

Your email address will not be published.