Latest Odisha News

BREAKING NEWS

ଆଇପିଏଲ ଆରମ୍ଭରୁ ବୁମରାହଙ୍କ ଖେଳିବା ନେଇ ଲାଗି ରହିଛି ସସ୍ପେନ୍ସ

ମୁମ୍ବାଇ: ଆଇପିଏଲର ୧୯ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଯଶପ୍ରୀତ ବୁମରାହଙ୍କ ଖେଳିବା ନେଇ ଲାଗି ରହିଛି ସସ୍ପେନ୍ସ । କେକେଆର ବିପକ୍ଷରେ ମୁମ୍ବାଇ ତାର ଅଭିଯାନ ଆରମ୍ଭ କରିବ । ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ବୁମରାହ ଏ ପର୍ଯ୍ୟନ୍ତ କିନ୍ତୁ ମୁମ୍ବାଇ ଶିବିରରେ ଯୋଗ ଦେଇ ନାହାନ୍ତି । ବୁମରାହ ବେଙ୍ଗାଲୁର ସ୍ଥିତ ସେଂଟର ଅଫ ଏକ୍ସିଲେନ୍ସରେ ବିସିସିଆଇର ଟ୍ରେନରଙ୍କ ନିକଟରେ ସମୟ କାଟୁଛନ୍ତି । ସେ ନିୟମିତ ପରୀକ୍ଷଣ ପାଇଁ ସେଠାକୁ ଯାଇଥିବା ଅନୁମାନ କରାଯାଇଛି । ତେବେ ସେ ସମ୍ପୂର୍ଣ୍ଣ ଭାବେ ଫିଟ ନ ଥିବା ମଧ୍ୟ ଆଶଙ୍କା କରାଯାଉଛି ।

ମୁମ୍ବାଇ କୋଚ ମାହେଲା ଜୟବର୍ଦ୍ଧନେ କହିଛନ୍ତି ବିଶ୍ୱକପ ବିଜୟୀ ଦଳର ୪ଜଣ ଖେଳାଳିଙ୍କୁ ବ୍ରେକ ଦିଆଯାଇଛି । ସେମାନଙ୍କୁ ବିଶ୍ରାମ ଦେବା ପାଇଁ ଟିମ ମ୍ୟାନେଜମେଂଟ ଅନୁମତି ପ୍ରଦାନ କରିଛି । ପୂର୍ବରୁ ୨୦୨୭ ଦିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ବୁମରାହଙ୍କ କମ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବା ପାଇଁ ପରାମର୍ଶ ଦିଆଯାଇଛି । ବୁମରାହ ଭାରତର ମ୍ୟାଚ ବିଜେତା ବୋଲର ହୋଇଥିବାରୁ ତାଙ୍କୁ ନେଇ କୌଣସି ରିସ୍କ ନେବାକୁ ବିସିସିଆଇ ଚାହୁଁନି ।

Leave A Reply

Your email address will not be published.