ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସଂସ୍କରଣ ପାଇଁ ପ୍ରଶଂସକ, ଫ୍ରାଂଚାଇଜ ଓ ଖେଳାଳିମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛନ୍ତି । ଏଥର ୧୦ଟି ଯାକ ଟିମର ନେତୃତ୍ୱ ସମସ୍ତ ଭାରତୀୟ ଖେଳାଳି ନେବେ । ରିତୁରାଜ ଗାଏକ୍ୱାଡ(ଚେନ୍ନାଇ ସୁପର କିଙ୍ଗସ), ରାଜସ୍ଥାନ ରୟାଲ୍ସ(ରିୟାନ ପରାଗ), ଅକ୍ଷର ପଟେଲ(ଦିଲ୍ଲୀ କ୍ୟାପିଟାଲ୍ସ), ଶୁଭମନ ଗିଲ( ଗୁଜରାଟ ଟାଇଟାନ୍ସ), ଅଜିଙ୍କ୍ୟ ରାହାନେ(କୋଲକାତା ନାଇଟ ରାଇଡର୍ସ), ହାର୍ଦ୍ଦିକ ପାଣ୍ଡ୍ୟା(ମୁମ୍ବାଇ ଇଣ୍ଡିଆନ୍ସ), ରଜତ ପାଟୀଦାର (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର), ଈଶାନ କିଶାନ( ସନରାଇଜର୍ସ ହାଇଦ୍ରାବାଦ), ଶ୍ରେୟାଶ ଆୟାର(ପଞ୍ଜାବ କିଙ୍ଗସ) ଓ ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜ୍ୟାଂଟସର ନେତୃତ୍ୱ ନେଉଛନ୍ତି ।
ଈଶାନ ପ୍ରଥମ ଥର ପାଇଁ ଆଇପିଏଲରେ ନେତୃତ୍ୱ ନେବେ । ଶ୍ରେୟାଶ, ରଜତ ଓ ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳ ଟାଇଟଲ ହାସଲ କରିଛି । ଆଇପିଏଲ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଓ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ସଫଳ ଅଧିନାୟକ ଭାବେ ପରିଗଣିତ ହୁଅନ୍ତି । ସେମାନଙ୍କ ନେତୃତ୍ୱରେ ଚେନ୍ନାଇ ଓ ମୁମ୍ବାଇ ୫ ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।