Latest Odisha News

ଆଇପିଏଲ ୨୦୨୪: ଏଥର ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଚଳିତ ବର୍ଷ ଜୁନ ମାସରୁ ଖେଳାଯିବ । ଏବେ ସମସ୍ତଙ୍କ ନଜର ଆଇପିଏଲ ୨୦୨୪ କାର୍ଯ୍ୟସୂଚୀ ଉପରେ ରହିଛି । ରିପୋର୍ଟ ଅନୁସାରେ ଆଇପିଏଲ ୨୧ମାର୍ଚ୍ଚରୁ ମେ ୨୬ ପର୍ଯ୍ୟନ୍ତ ଖେଳାଯାଇପାରେ । ଏହାର କାର୍ଯ୍ୟସୂଚୀ ପ୍ରଥମ ଥର ପାଇଁ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି ଉଲ୍ଲେଖ ରହିଛି । ଟି୨୦ ବିଶ୍ୱକପର ଏକ ସପ୍ତାହ ପୂର୍ବରୁ ଆଇପିଏଲକୁ ଶେଷ କରିବାକୁ ପଡିବ । ଆଇସିସି ମଧ୍ୟ ଏ ନେଇ ବିସିସିଆଇ ଓ ଆଇପିଏଲ ଆୟୋଜକ କମିଟିକୁ ଚେତାଇ ଦେଇଛି । ସେ ସମୟରେ ଦେଶରେ ନିର୍ବାଚନ ମଧ୍ୟ ହେବାକୁ ଅଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆଇପିଏଲ ଆୟୋଜକ କମିଟି ପର୍ଯ୍ୟାୟକ୍ରମେ କାର୍ଯ୍ୟସୂଚୀ ଜାରୀ କରିବେ ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଅରୁଣ ସିଂ ଧୂମାଲ କହିଛନ୍ତି । ପୂର୍ବ ଭଳି ଉଦଘାଟନୀ ଓ ଉଦcଯାପନୀ କାର୍ଯ୍ୟକ୍ରମ ମଧ୍ୟ ଭଲ ଭାବେ କରାଯିବ ବୋଲି ସେ କହିଛନ୍ତି । ଯେତେ ଦୂର ଅନୁମାନ କରାଯାଉଛି ଡବଲ ହେଡର ମୁକାବିଲା ସଂଖ୍ୟା ଏଥର ବୃଦ୍ଧି ପାଇବ । ଯଥାସମ୍ଭବ ଭାରତରେ ସମସ୍ତ ମ୍ୟାଚ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.