Latest Odisha News

BREAKING NEWS

ଓଡିଆରେ ଆଇପିଏଲ…ଲିଟଲଙ୍କ ନାମକୁ ଲେଖିଲେ ଛୋଟ

ଭୁବନେଶ୍ୱର: ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମୁକାବିଲାରେ ଗୁଜରାଟ ଟାଇଟନ୍ସ ସହଜରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏଥର ଆଇପିଏଲରେ ପ୍ରଥମ ଥର ପାଇଁ ଓଡିଆରେ ପ୍ରସାରିତ ହୋଇଛି । ତେବେ ଏହି ପ୍ରସାରଣ ଅବସରରେ କେତେକ ତ୍ରୁଟି ଯୋଗୁ ଦର୍ଶକ ସୋସିଆଲ ମିଡିଆରେ ଏହାକୁ ନିନ୍ଦା କରିଛନ୍ତି । ଗୁଜରାଟ ପକ୍ଷରୁ ଖେଳୁଥିବା ଜୋସ ଲିଟଲଙ୍କ ନାମକୁ ସ୍କ୍ରିନରେ ଛୋଟ ଭାବେ ଦେଖିବାକୁ ମିଳିଥିଲା । ଏହା ଦ୍ୱାରା ଓଡିଆ ଭାଷାର ମାନ କମୁଛି ବୋଲି ସମୀକ୍ଷକମାନେ କହିଛନ୍ତି । କ୍ରିକେଟ ପ୍ରତି ଯୁବ ପିଢ଼ୀ ପାଗଳ ଅଛନ୍ତି ।

BjdElectrycity

ଏହା ମାଧ୍ୟମରେ ଓଡିଆ ଭାଷାର ପ୍ରଚାର ପ୍ରସାର ହୋଇପାରିବ । ମାତ୍ର ଭୁଲ ଭାବେ ଏହାକୁ ପରିବେଷଣ କଲେ ନକାରାତ୍ମକ ପ୍ରଭାବ ବୋଲି କୁହାଯାଇଛି । କେତେକ କ୍ଷେତ୍ରରେ ଏହା ହାସ୍ୟସ୍ପଦ ମନେ ହେଉଛି ଏବଂ ପରୋକ୍ଷରେ ଓଡିଆ ଭାଷା ଅପମାନିତ ହେଉଛି । ଯେଉଁମାନେ ଏହାର ଦାୟିତ୍ୱରେ ଅଛନ୍ତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶାର କ୍ରିକେଟପ୍ରେମୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.