ଅହମ୍ମଦାବାଦ: ଆଇପିଏଲର ୩୫ତମ ମ୍ୟାଚରେ ଜୋସ ବଟଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ପ୍ରସିଦ୍ଧ କ୍ରିଷ୍ଣା ୪ଟି ୱିକେଟ ନେଇଥିଲେ । ୨୦୪ ରନର ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୯.୨ ଓଭରରେ ୩ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ବଟଲର ୫୪ ବଲରେ ୯୭ ରନ କରିଛନ୍ତି । ସେ ତାଙ୍କ ଇନିଂସରେ ୧୧ ଚୌକା ଓ ୪ ଛକା ମାରିଥିଲେ । ରାହୁଲ ଟେୱାଟିଆ ୧୧ ରନ କରି ଅପରାଜିତ ରହିଥିବା ବେଳେ ସାଈ ସୁଦର୍ଶନ ୩୬, ଶେରଫାନେ ରଥରଫୋର୍ଡ ୪୩ ରନ କରିଥିଲେ ।
ମୁକେଶ କୁମାର ଓ କୂଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ବଟଲର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲା । ଗୁଜରାଟ ୭ ମ୍ୟାଚରୁ ୧୦ ପଂଏଟ ହାସଲ କରି ଶୀର୍ଷରେ ରହିଛି । ଅପରପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ସମାନ ମ୍ୟାଚରୁ ୧୦ ପଂଏଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।
Comments are closed.