ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସଂସ୍କରଣ ପୂର୍ବରୁ ମିନି ନିଲାମ କେଉଁଠାରେ ହେବ ତାହା ଜଣାପଡିଛି । କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ଆୟୋଜିତ ହେବ । ୨୦୨୪ରେ ପ୍ରଥମ ଥର ଆଇପିଏଲ ନିଲାମ ଦୁବାଇରେ ହୋଇଥିଲା । ଏହା ପରେ ୨୦୨୫ ମେଗା ନିଲାମ ଜେଦାହରେ ହୋଇଥିଲା । ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଂଚାଇଜକୁ ଖେଳାଳିଙ୍କ ରିଟେନ ଓ ରିଲିଜ ତାଲିକା ଦେବାକୁ ପଡିବ । ଏହା ପରେ ବୋର୍ଡ ପକ୍ଷରୁ ତାଲିକାଭୁକ୍ତ ଖେଳାଳିଙ୍କ ନାମ ପଠାଯିବ ।
ଶର୍ଟଲିଷ୍ଟ ପରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଇତି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଶାର୍ଦ୍ଦୁଳ ଠାକୁର ଓ ଶେରଫେନ ରଥରଫୋର୍ଡଙ୍କୁ ଟିମରେ ସାମିଲ କରିସାରିଛି । ଏବେ ସଞ୍ଜୁ ସାମସନଙ୍କୁ ନେଇ ଚେନ୍ନାଇ ଓ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ଟ୍ରେଡ ଡିଲ ଉପରେ ସମସ୍ତଙ୍କ ନଜର ରହିଛି । ରାଜସ୍ଥାନ ସଞ୍ଜୁଙ୍କୁ ରିଲିଜ କରିବା ବଦଳରେ ଆଉ ଜଣେ ଅତିରିକ୍ତ ଖେଳାଳି ଚାହୁଁଛି । ଅପରପକ୍ଷରେ ରବୀନ୍ଦ୍ର ଜାଡେଜା ରାଜସ୍ଥାନ ଅଧିନାୟକ ହେବା ପାଇଁ ଦାବୀ କରିଛନ୍ତି ।
Comments are closed.