ଗୌହାଟି: ଆଇପିଏଲର ୧୬ତମ ସଂସ୍କରଣରେ ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିିଳିଛି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ। ରାଜସ୍ଥାନକୁ ୫ ରନରେ ହରାଇ ପଞ୍ଜାବ କିଙ୍ଗସ ବିଜୟ ଧାରା ଜାରି ରଖିଛି। ରାଜସ୍ଥାନକୁ ପଞ୍ଜାବ ୧୯୮ ରନ୍ର ଟାର୍ଗେଟ ଦେଇଥିଲା। ହେଲେ ୨୦ ଓଭରରେ ୭ ୱିକେଟ୍ ହରାଇ ଦଳ ମାତ୍ର ୧୯୨ ରନ କରିବାରେ ସଫଳ ହୋଇଥିଲା। ଏହି ମ୍ୟାଚ୍ରେ ନାଥାନ୍ ଏଲିସ୍ ପଞ୍ଜାବ କିଙ୍ଗସ ପଞ୍ଜାବ ପକ୍ଷରୁ ସର୍ବାଧିକ ୪ ୱିକେଟ୍ ନେଇଥିଲେ।
ରାଜସ୍ଥାନ ରୟାଲ୍ସ ପାଇଁ ଓପନିଂରେ ଯଶସ୍ୱୀ ଜୟସୱାଲଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲେ ରବିଚନ୍ଦ୍ରନ୍ ଅଶ୍ୱୀନ। ୟଶସ୍ୱୀ ଜୟସୱାଲ ପ୍ରଥମ ବଲରେ ଛକା ମାରିଥିଲେ, କିନ୍ତୁ ଏହା ପରେ ୮ ବଲରେ ୧୧ ରନ୍ କରିବା ପରେ ସେ ଅର୍ଶଦୀପଙ୍କୁ ନିଜ ୱିକେଟ୍ ଦେଇଥିଲେ। ଏହା ପରେ ବ୍ୟାଟିଂ କରିବାକୁ ବାହାରିଥିବା ଜୋସ୍ ବଟଲର ଅଶ୍ୱୀନଙ୍କ ସହ ରନ୍ କରିବା ଆରମ୍ଭ କରିଥିଲେ।
ତେବେ ୨୬ ରନରେ ରାଜସ୍ଥାନ ଦ୍ବିତୀୟ ଓ୍ୱିକେଟ ହରାଇଥିଲା। ଯେତେବେଳେ ଅଶ୍ୱୀନ କୌଣସି ରନ୍ କରିନପାରି ଆଉଟ ହୋଇଥିଲେ। ଏହା ପରେ ବଟଲର ଏବଂ ସାମସନଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୪ଟି ବଲରେ ୩୧ ରନର ଭାଗିଦାରୀ ହୋଇଥିଲା। ତେବେ ଦଳର ୫୭ ରନ ହୋଇଥିବା ବେଳେ ୧୯ ରନରେ ଜୋସ୍ ବଟଲର ଆଉଟ ହୋଇଥିଲେ।
ଏହି ପର୍ଯ୍ୟାୟରେ ଚତୁର୍ଥ ୱିକେଟ୍ ପାଇଁ ୩୪ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା। ୨୫ ବଲରେ ୪୨ ରନର ଚମତ୍କାର ଇନିଂସ ଖେଳିବା ପରେ ଅଧିନାୟକ ସଞ୍ଜୁ ସାମସନ ପାଭିଲିୟନକୁ ଫେରିଥିଲେ। ଏହି ସମୟରେ ରାଜସ୍ଥାନ ୧୨୪ ରନରେ ୬ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା।
ମ୍ୟାଚରେ ଦଳକୁ ଜିତିବା ପାଇଁ ସିମ୍ରନ ହେଟମିୟର ଟାର୍ଗେଟ ପୂରଣ କରିବାକୁ ଯାଇ ଆକ୍ରାମଣାତ୍ମକ ହୋଇଥିଲେ। କିନ୍ତୁ ସେ ୧୮ ବଲରେ ୩୫ ରନ୍ କରି ପାଭିଲିୟନକୁ ଫେରିଥିଲେ। ପରେ ରାଜସ୍ଥାନ ଦଳକୁ ଏହି ମ୍ୟାଚରେ ୫ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ମ୍ୟାଚ୍ରେ ନାଥାନ୍ ଏଲିସ୍ ୪ଟି ୱିକେଟ୍ ନେଇଥିବାବେଳେ ଆର୍ଶଦୀପ ସିଂ ପଞ୍ଜାବ ପାଇଁ ୨ଟି ୱିକେଟ୍ ନେଇଛନ୍ତି।
Comments are closed.