ସୁନ୍ଦରଗଡ: ଆରମ୍ଭ ହୋଇଯାଇଛି ଦେଶର ସବୁଠାରୁ ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବେଟିଂ । ଗୋଟିଏ ଗୋଟିଏ ବଲ ଉପରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ । କିଏ ମାରିବ କେଉଁ ବଲରେ ଛକା ଆଉ କିଏ କେଉଁ ବଳରେ ମାରିବ ଚୌକା ଏବଂ କେଉଁବଲରେ କେତେ ରନ ହେବ, କିଏ କାହାକୁ ଆଉଟ କରିବ, କେଉଁ ଓଭରରେ କେତେ ରନ ଯିବ ଓ କେତେ ଉଇକେଟ ପଡିବ ସେନେଇ ଚାଲିଛି ବେଟିଂ । ଗୋଟିଏ ଲେଖାଏଁ ମ୍ୟାଚରେ ଲାଗୁଛି କୋଟି କୋଟି ଟଙ୍କାର ବେଟିଂ । ତେବେ ସୁନ୍ଦରଗଡରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ରାକେଟ ଉପରେ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି ।
ସୁନ୍ଦରଗଡ଼ ଟାଉନଥାନା ପୁଲିସ ମହାଦେବପଡ଼ାରେ ସ୍ଥିତ ଏକ ଘରେ ଚାଲିଥିଲା ବେଟିଂ । ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନଲାଇନ ବେଟିଂ ଚାଲିଥିଲା। ଖବରପାଇ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଉକ୍ତ ସ୍ଥାନରେ ପହଞ୍ଚି ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଭିତିରିଆପଡ଼ାର ମିଥୁନ ସାହୁ, ସଂଜୟ ସାହୁ, ସଂଜୟ କୁମାର ସାହୁ, ଖମାରୀପଡ଼ାର ସୁବୋଧ ଚୌଧୁରୀ । ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା, ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ ଫୋନ୍, ୩ଟି ବାଇକ୍ ବିଭିନ୍ନ ବ୍ଯାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରାଯାଇଛି । ସମସ୍ତଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରିଛି ପୋଲିସ ।
Comments are closed.