ବେଙ୍ଗାଲୁର: କର୍ଣ୍ଣାଟକ ଉପ ମୂଖ୍ୟମନ୍ତ୍ରୀ ଡିକେ ଶିବକୁମାର ସ୍ପଷ୍ଟ କରିଛନ୍ତି ଯେ ବେଙ୍ଗାଲୁରରୁ ଆଇପିଏଲ ମ୍ୟାଚ ଘୁଂଚା ଯିବନି । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ଆମ ଗର୍ବ । ଏଠାରେ ପୂର୍ବ ଭଳି ମ୍ୟାଚ ହେବ । ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲେ । ବିଜୟ ଉତ୍ସବ ପାଳନ ଅବସରରେ ଏଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ ଅନ୍ୟ ସ୍ଥାନରେ ମ୍ୟାଚ କରାଯିବ ବୋଲି ଆଲୋଚନା ଜୋର ଧରିଥିଲା ।
କର୍ଣ୍ଣାଟକ ସରକାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ ହେବା ପୂର୍ବରୁ ସମସ୍ତ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲା । ଷ୍ଟାଡିୟମର ବିସ୍ତୃତ ରିପୋର୍ଟ ଆସିବା ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି କୁହାଯାଇଛି । ଦଳଚକଟା ଘଟଣା ପରଠାରୁ ଏଠାରେ କୌଣସି ଆନ୍ତର୍ଜାତୀୟ ମ୍ୟାଚର ଆୟୋଜନ ହୋଇ ନାହିଁ ।