Latest Odisha News

BREAKING NEWS

ପୋଷ୍ଟିଂର ପ୍ରଥମ ଦିନରେ ସଡକ ଦୁର୍ଘଟଣାରେ ଗଲା ଆଇପିଏସ ଅଧିକାରୀଙ୍କ ଜୀବନ

ହସନ: ହସନରେ ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ଭାବରେ ଡ୍ୟୁଟିରେ ଯୋଗଦେବାକୁ ଆସୁଥିବା ୨୭ ବର୍ଷୀୟ ହର୍ଷବର୍ଦ୍ଧନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ହସନର କିତ୍ତନେ ଗ୍ରାମ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ହସନର ଏସପି କାର୍ଯ୍ୟାଳୟରେ ଦାୟିତ୍ୱ ନେବାପାଇଁ ସେ ମୈସୁରର ପୋଲିସ୍ ଏକାଡେମୀରୁ ହସନ ଆଡକୁ ଆସୁଥିବା ବେଳେ ଅଘଟଣ ଘଟିଥିଲା। ଗାଡିର ଟାୟାର ଫାଟିଯିବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ ଯାହାଦ୍ୱାରା ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ହସନ ଏସପି ମହମ୍ମଦ ସୁଜିତା, ଏଏସପି ତମ୍ମୟା ଏବଂ ଭେଙ୍କଟେଶ ନାଇଡୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁ ନେବାକୁ ବିଚାରବିମର୍ଶ ଚାଲିଥିଲା।

ତେବେ ସ୍ବାସ୍ଥ୍ୟବସ୍ଥା ବିଗଡିଯିବାରୁ ତାଙ୍କୁ ଅନ୍ୟ ସ୍ଥାନକୁ ନେବା ସମ୍ଭବପର ହୋଇପାରି ନଥିଲା।

 

 

Comments are closed.