ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ପୋଲିସ୍ ବିଭାଗରେ ଆଇପିଏସ୍ ସ୍ତରରେ ବଡ ଧରଣର ବଦଳି ହୋଇଛି। ସେହି କ୍ରମରେ ଅଗ୍ନିଶମ ବିଭାଗ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ।
୧୯୮୮ ବ୍ଯାଚ୍ ଆଇପିଏସ୍ ଅଫିସର ଏଡିଜି ସନ୍ତୋଷ ଗତ ବର୍ଷ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ। ପୂର୍ବରୁ ସନ୍ତୋଷ ପୋଲିସ ମୁଖ୍ଯ ଦୌଡରେଥିଲେ। ୧୯୮୬ ବ୍ୟାଚ ଆଇପିଏସ୍ ଅଫିସର ଅଭୟ ଡିଜି ପଦରୁ ଅବସର ନେବା ସମୟରେ ସନ୍ତୋଷଙ୍କ ନାମ ଚର୍ଚ୍ଚା ସମ୍ମୁଖରେ ଥିଲା।
କିନ୍ତୁ ରାଜ୍ୟ ସରକାର ସୁନୀଲ ବଂଶଲଙ୍କୁ ଯଥା ସମୟ ପାଇଁ ଯୋଗ୍ୟ ମଣିଥିଲେ। ତେବେ ପୋଲିସ ବିଭାଗ ନ ହେଉ ପଛେ ସନ୍ତୋଷକୁ ମିଳିଛି ଡିଜି ପଦ। ବିଜେଡି ସହ ଘନିଷ୍ଠତା ପାଇଁ ସନ୍ତୋଷ ପୋଲିସ୍ ଡିଜି ଦୌଡରେ ଆଗରେ ଥିଲେ।
Comments are closed.