Latest Odisha News

BREAKING NEWS

ଛାବାହାର ରେଳ ପ୍ରୋଜେକ୍ଟରୁ ଭାରତକୁ ବାଦ୍ ଦେଲା ଇରାନ

ନୂଆଦିଲ୍ଲୀ: ଭାରତ ସରକାର ଛାବାହାର ରେଳ ପ୍ରକଳ୍ପ ପାଇଁ ଫଣ୍ଡିଂ କରିବାରେ ବିଳମ୍ବ କରିବାରୁ ଇରାନ୍ ସରକାର ନୂଆଦିଲ୍ଲୀକୁ ଏହି ପ୍ରକଳ୍ପରୁ ଡ୍ରପ୍ କରିଛନ୍ତି । ଭାରତକୁ ଡ୍ରପ୍ କରି ଇରାନ୍ ତା’ର କାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଚାଇନା, ନେପାଳ ପରେ ଏବେ ଇରାନ୍ ଭାରତ ବିରୋଧରେ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଛାବାହାରଠାରୁ ଜାହେଦାନ ଯାଏ ଇରାନ୍ ଏକାକୀ ରେଳ ପ୍ରକଳ୍ପ ନିର୍ମାଣ କରିବ । ଏହି ପ୍ରକଳ୍ପ ପାଇଁ ୪ ବର୍ଷ ତଳେ ଭାରତ, ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା । ଶିଳ୍ପ କାରବାରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ହିଁ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ ।

୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେହରାନ ଗସ୍ତ କରି ଇରାନ୍ ରାଷ୍ଟ୍ରପତି ହାସନ ରୋହାନି ଓ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ସହ ଏହି ପ୍ରକଳ୍ପ ପାଇଁ ଚୁକ୍ତି କରିଥିଲେ । ଚୁକ୍ତି ଅନୁଯାୟୀ, ଏହି ରେଳ ପ୍ରକଳ୍ପ ପାଇଁ ଇଣ୍ଡିଆର ରେଲୱେ କନଷ୍ଟ୍ରକସନ୍ ଲିଃ (ଆଇଆରସିଓଏନ) ଆର୍ଥିକ ସହାୟତା ଦେବ । ତେବେ ୪ ବର୍ଷ ମଧ୍ୟରେ ଏହାର କାମ ଆରମ୍ଭ ହୋଇପାରିନାହିଁ ।

Leave A Reply

Your email address will not be published.