Latest Odisha News

BREAKING NEWS

ଆମେରିକାକୁ ଇରାନର ପୁନର୍ବାର ଧମକ: କାସିମ ସୁଲେମାନ ମୃତ୍ୟୁର ପ୍ରତିଶୋଧ ନେବୁ

ତେହେରାନ: ଇରାନ  ଆମେରିକାକୁ ଧମକ ଦେଇଛି । କମାଣ୍ଡର ଜେନେରାଲ କାସିମ ସୁଲେମାନଙ୍କ ମୃତ୍ୟୁର ପ୍ରତିଶୋଧ ଆମେ ନିଶ୍ଚିତ ଭାବେ ନେବୁ ବୋଲି କ୍ୟୁଡିଏସ ଫୋର୍ସ ଡିପ୍ଟି କମାଣ୍ଡର ମହମ୍ମଦ ରାଜା ଫଲାହଜାଦେହ କହିଛନ୍ତି । ଏହି ଧମକ ପରେ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି । ଗୋଇନ୍ଦା ରିପୋର୍ଟ ମୁତାବକ ବିଭିନ୍ନ ଦେଶରେ ଥିବା ଆମେରିକାର ରାଜଦୂତମାନଙ୍କୁ ଟାର୍ଗେଟ କରାଯାଇପାରେ ।

୩ ଜାନୁୟାରୀ ୨୦୨୦ରେ ଆମେରିକା କାସିମ ସୁଲେମାନ ହତ୍ୟା କରିଥିଲା । ଏହା ପରଠାରୁ ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଛି । ସୁଲେମାନଙ୍କ ମୃତ୍ୟୁ ନେଇ ଆମେରିକା ସ୍ପଷ୍ଟକରଣ ଦେଇଥିଲା ଯେ, ଇରାନ ତାହାର ଦୂତାବସ ଉପରେ ଆକ୍ରମଣ କରିବା ଯୋଜନା କରିଥିଲା । ଏହାକୁ ରୋକିବା ପାଇଁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିଲା ।

Leave A Reply

Your email address will not be published.