Latest Odisha News

BREAKING NEWS

ହିଜାବ ଆନ୍ଦୋଳନ: ଷ୍ଟେଜରେ ଚୁଟି କାଟି ସମର୍ଥନ ଜଣାଇଲେ ଟର୍କୀଶ ଗାୟିକା ମେଲେକ

ତେହେରାନ:ଇରାନରେ ହିଜାବକୁ ବିରୋଧ କରି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ସମର୍ଥନ କରୁଥିବା ମହିଳାମାନଙ୍କୁ ଇରାନ ସରକାର ଗୁଳି କରି ମାରିବା ଘଟଣା ପରେ ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଆନ୍ଦୋଳନ କମିବା ବଦଳରେ ବଢ଼ୁଛି । ଟର୍କୀଶ ଗାୟିକା ମେଲେକ ମୋସୋ ଏହି ଆନ୍ଦୋଳନକୁ ସମର୍ଥନ କରି ଆଜି ଏକ ଷ୍ଟେଜ ଶୋ ଅବସରରେ ନିଜ ଚୁଟି କାଟିଥିଲେ । ଇରାନ ସାମ୍ବାଦିକ ଓମିଦ ମେମାରିଆନ ଓ ସୀମା ସାବେଟ ଏହାର ଫଟୋ ଏବଂ ଭିଡିଓ ଉତୋଳନ କରିଥିଲେ । ଏବେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ମଧ୍ୟ ମେଲେକ ମହିଳାଙ୍କ ଅଧିକାର ପାଇଁ ତାଙ୍କ ଶୈଳୀରେ ଲଢ଼େଇ କରି ଆସିଛନ୍ତି । ଏଥିପାଇଁ ତାଙ୍କୁ ଷ୍ଟେଜରୁ ଭିଡି ବାହାର କରାଯାଇଛି । ଇସ୍ପାର୍ତା ଗଲଫ ଫେଷ୍ଟିଭାଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ବାସନ୍ଦ ଲଗାଇଛି । ଇରାନ ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ କଠୋର ପନ୍ଥା ଆପଣାଇବାରେ ଲାଗିଛନ୍ତି ।

Leave A Reply

Your email address will not be published.